ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ଲକ୍ଷ୍ମୀ ନାରାୟଣଙ୍କ ବିବାହ ଅନୁଷ୍ଠିତ

334
ADVERTISEMENT

ବୋରିଗୁମ୍ମା ,୧୯/୧୦(ଡି.ଏଚ): କରାପୁଟ ଜିଲ୍ଲା ବୋରିଗୁମ୍ମା ମିଲ ସହି ଠାରେ ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ଲକ୍ଷ୍ମୀ ନାରାୟଣଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି । ଗତକଲି ସନ୍ଧ୍ୟା ସାତ ଘଣ୍ଟ ସମୟରେ ନାରାୟଣଙ୍କ ପିତା ଭାବେ ଗୌରୀ ପଟନାୟକଙ୍କ ବାସ ଭବନ ଠାରୁ ବାଜା ବାଜଣା ସହ ଏକ ବିରାଟ ପଟୁଆରରେ ବାହାରି ଗଜଲକ୍ଷ୍ମୀ ପୂଜା ମଣ୍ଡପ ଠାରେ ପହଂଚି ଥିଲେ । ସେଠାରେ ମାଁ ଲକ୍ଷ୍ମୀଙ୍କ ପିତା ଭାବେ ଏ ସନ୍ତୋଷକୁମାର ଦୋରା ତାଙ୍କୁ ବାଟ ବରଣ କରି ନେଇଥିଲେ ।

ପୂଜା ବେଦିରେ ରାଜନୀତି ପ୍ରକାରେ ହୋମ ସହ ବାହାଘରଟି ସମ୍ପୂର୍ଣ ହୋଇଥିଲା । ଏହି ପୂଜା ମଣ୍ଡପରେ ଗ୍ରାମର ସହ ସହ ଶ୍ରଦ୍ଧାଳୁ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ପୁରୋହିତ ରୂପେ ରବୀନ୍ଦ୍ର ମହାପାତ୍ର ଓ ସହ କର୍ମୀ ଏବଂ ପୂଜା କମିଟିର ସଭାପତି ଗୌରୀ ପଟନାୟକ ,ତ୍ରିଲୋଚନ ମିଶ୍ର, ମକର ବାଣୁଆଙ୍କ ସମେତ କମିଟିର ସମସ୍ତ ସଭ୍ୟ ଯୋଗ ଦେଇଥିଲେ ।

Advertisement