Friday, September 25, 2026
ADVERTISEMENT
Home ଗଜପତି ଆଠ ଜୁଆଡି ଗିରଫ, ୨୫,୫୫୦ଟଙ୍କା ସହ ୭ ମୋବାଇଲ ଜବତ

ଆଠ ଜୁଆଡି ଗିରଫ, ୨୫,୫୫୦ଟଙ୍କା ସହ ୭ ମୋବାଇଲ ଜବତ

691
ADVERTISEMENT

ପାରଳାଖେମୁଣ୍ଡି:୧୯/୧୦(ଡି.ଏଚ/ପ୍ରଭାତ ପାତ୍ର ) : ପାରଳାଖେମୁଣ୍ଡି ପୋଲିସ ଦ୍ବାରା ୮ ଜଣ ଜୂଆଡି ଗିରଫ ହେବା ସହ ସେମାନଙ୍କ ନିକଟରୁ ୨୫,୫୫୦ ଟଙ୍କା ସମେତ ୭ ଗୋଟି ମୋବାଇଲ ଫୋନ ଜବତ କରାଯାଇଛି । ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ନିର୍ଦ୍ଧେଶ କ୍ରମେ ସଦର ଥାନା ପୁଲିସ ଅଧିକାରୀ ବିବେକାନନ୍ଦ ସ୍ୱାଇଁ ନେତୃତ୍ୱରେ ରାତ୍ରକାଳିନ ପ୍ରେଟ୍ରୋଲିଂ ଚାଲୁଥିବା ସମୟରେ ସଞୟ ଗାନ୍ଧୀ କୋଲୋନୀର ଆଞ୍ଚଳିକ ପୂର୍ତ୍ତ ବିଭାଗର କ୍ଵାଟର ପଛପଟେ କିଛିଲୋକ ଜୁଆ ଖେଳୁଥିବାର ଦେଖିବାକୁ ପାଇଥିଲେ। ତୁରନ୍ତ ସେଠାରେ ଚଢାଉ କରି ୮ ଜଣ ଜୂଆଡିଙ୍କୁ ଘଟଣା ସ୍ଥଳରେ ଗିରଫ କରିଥିଲେ। ଗିରଫ ହୋଇଥିବା ଜୁଆଡି ମାନେ ପାରଳାଖେମୁଣ୍ଡି ବଜାର ସାହିର କେ. ରାମାରାଓ, ବାଇଲି ରାମା, ତେଲିସୁଣ୍ଡି ସାହିର ଜୁଗୁନୁ ସାହୁ, କୁମ୍ଭାର ସାହିର ଜିତେନ୍ଦ୍ର ବେହେରା, ଓଡ଼ିଆ କୁମ୍ଭାର ସାହିର ତାରିଣୀ ବେହେରା, ଓଡ଼ିଆ ପାରଳା ସାହିର ଭସ୍କି ବରଗଡ, ବି.ଏଲ.ପେଡା ସାହିର ଚିଟି ଦୁର୍ଯ୍ୟୋଧନ ଓ ଆନ୍ଦ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଟେକିଲି ଗ୍ରାମର ଗୋପିନାଥ ପଣ୍ଡା ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରୁ ୨୫,୫୫୦ ଟଙ୍କା ସମେତ ୭ ଗୋଟି ମୋବାଇଲ ଫୋନ ଜବତ କରିଛି । ଏନେଇ ପାରଳାଖେମୁଣ୍ଡି ଥାନାରେ କେସ୍ ନଂ ୧୯୯/୧୯ ,୩ ଓପିଜି ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି । ଏହି ମାମଲାର ତଦନ୍ତ ଏଏସଆଇ ପ୍ରସନ୍ନ କୁମାର ତାରିଣୀ କହିଛନ୍ତି । ଏହି ଚତାଉରେ ଏସ ଆଇ ଶରତ ଚନ୍ଦ୍ର ରାୟ , ସୁନୀଲ କୁମାର ଦଳେଇ, ହାବିଲଦାର କେ ଭି ରନମ, କନିଷ୍ଟେବଲ ହରେକୃଷ୍ଣ ସାମଲ, ହରିହର ବେହେରା ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି।

Advertisement