Thursday, September 24, 2026
ADVERTISEMENT
Home ଜାତୀୟ ଆଇଏନଏକ୍ସ ମିଡ଼ିଆ ମାମଲା ଚିଦମ୍ବରମଙ୍କ ସହ ୧୩ ଜଣଙ୍କ ନାମ ଦାଖଲ କଲା ସିବିଆଇ

ଆଇଏନଏକ୍ସ ମିଡ଼ିଆ ମାମଲା ଚିଦମ୍ବରମଙ୍କ ସହ ୧୩ ଜଣଙ୍କ ନାମ ଦାଖଲ କଲା ସିବିଆଇ

722
ADVERTISEMENT

ନୂଆଦିଲ୍ଲୀ,୧୮/୧୦(ଡି.ଏଚ) : ଆଇଏନଏକ୍ସ ମିଡ଼ିଆ ମାମଲାରେ ସିବିଆଇ ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦମ୍ବରମଙ୍କ ସମେତ ୧୩ ଜଣଙ୍କ ନାମରେ ଚାର୍ଜସିଟ ଦାଖଲ କରିଛି | ଏଠାରେ ସୂଚନା ଥାଉ କି ଗୁରୁବାର ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ପି.ଚିଦମ୍ବରମଙ୍କୁ ପଚରାଉଚରା ଲାଗି ଅନୁମତି ଦେବା ସହ ବିଚାର ବିଭାଗୀୟ ହାଜତ ମିଆଦ ଆଉ ସପ୍ତାହକ ପାଇଁ ବଢାଇ ଦେଇଥିଲେ । ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ଚିଦମ୍ବରମ୍‌ ଇଡି ହେପାଜତରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଗତ ଅକ୍ଟୋବର ୩ ତାରିଖରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ହାଜତ ମିଆଦକୁ (୧୭ ଅକ୍ଟୋବର) ପର୍ଯ୍ୟନ୍ତ ବଢାଇ ଦେଇଥିଲେ । ଆଇଏନଏକ୍ସ ମିଡିଆ ମାମଲାରେ ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଚିଦମ୍ବରମଙ୍କୁ ଗିରଫ କରିଥିଲା । ୨୦୦୭ରେ ଚିଦମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶକୁ ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡ ବେଆଇନ ଭାବେ ଅନୁମତି ଦେଇଥିଲା । ଲାଞ୍ଚ ନେଇ ଚିଦମ୍ବରମ ଏହି ଅନୁମତି ଦେଇଥିଲେ ବୋଲି ସିବିଆଇ ଅଭିଯୋଗ କରିଛି । ଚିଦମ୍ବରମଙ୍କ ସହ ପିଟର ମୁଖାର୍ଜୀ, ଇନ୍ଦ୍ରାଣୀ ମୁଖାର୍ଜୀ, କାର୍ତ୍ତି ଚିଦମ୍ବରମ, କାର୍ତ୍ତିଙ୍କ ସହଯୋଗୀ ଭାସ୍କର, ଆଇଏନଏକ୍ସ ମିଡ଼ିଆ, ଚେସ ମ୍ୟାନେଜମେଣ୍ଟ ନାମରେ ସିବିଆଇ ଚାର୍ଜସିଟ ଦାଖଲ କରିଛି |

Advertisement