ପୁଣି ସେନା-ଆତଙ୍କୀ ମୁହାଁମୁହିଁ; ଜଣେ ଆତଙ୍କବାଦୀ ନିହତ

279
ADVERTISEMENT

ନୂଆଦିଲ୍ଲୀ, ୧୭/୬(ଡି.ଏଚ.ବି): ଜାମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆଜି ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ତେବେ ଉଭୟପଟୁ ହୋଇଥିବା ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାପରେ, ସେନା ଅନନ୍ତନାଗ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରିଛି।

ଅନନ୍ତନାଗ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଜି ସକାଳେ ସେନା ଜାଣିବାକୁ ପାଇଥିଲା। ପରେ ଏରିଆକୁ ଘେରିଯାଇ ସେନା ସର୍ଚ୍ଚ ଅପରେସନ ଚଳାଇଥିବା ଜଣାପଡ଼ିଛି।

Advertisement