Sunday, September 20, 2026
ADVERTISEMENT
Home ଖେଳ ଏଫ୍‌ଆଇଏଚ୍ ମହିଳା ହକି ଫାଇନାଲ୍‌ସ: ଭାରତର ସହଜ ବିଜୟ

ଏଫ୍‌ଆଇଏଚ୍ ମହିଳା ହକି ଫାଇନାଲ୍‌ସ: ଭାରତର ସହଜ ବିଜୟ

493
ADVERTISEMENT

ନୂଆଦିଲ୍ଲୀ, ୧୭/୬(ଡି.ଏଚ.ବି): ଜାପାନର ହିରୋସୀମାଠାରେ ଚାଲିଥିବା ଏଫ୍‌ଆଇଏଚ୍ ମହିଳା ସିରିଜ୍ ହକି ଫାଇନାଲ୍‌ସରେ ଭାରତୀୟ ମହିଳା ହକି ଦଳ କ୍ରମାଗତ ୨ୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଉରୁଗୁଏକୁ ପରାସ୍ତ କରିଥିବା ଭାରତ ଗତକାଲି ୨ୟ ମ୍ୟାଚ୍‌ରେ ପୋଲାଣ୍ଡକୁ ୫-୦ଗୋଲ୍‌ରେ ପରାସ୍ତ କରିଛି।

ମ୍ୟାଚ୍‌ର ୨୧ମିନିଟ ପର୍ଯ୍ୟନ୍ତ ଭାରତ କୌଣସି ଗୋଲ୍‌ ସ୍କୋର୍ କରି ପାରିନଥିଲା। ତେବେ ୨୧ ମିିନିଟରେ ନବଜୋତ୍ କୌର୍‌ଙ୍କ କ୍ରସ୍‌ରୁ ଜ୍ୟୋତି ପ୍ରଥମ ଗୋଲ୍‌ ଦେଇଥିବା ବେଳେ ୨୬ ମିନିଟରେ ବନ୍ଦନା କାଟାରିୟା ୨ୟ ଗୋଲ୍‌, ୩୫ ମିନିଟରେ ଗୁରଜିତ କୌର ୩ୟ ଗୋଲ୍‌, ୫୩ ମିନିଟରେ ଗୁରଜିତ କୌର ୪ର୍ଥ ଓ ୫୬ ମିନିଟରେ ନବନୀତ କୌର ଦଳପାଇଁ ୫ମ ଗୋଲ୍‌ ଦେଇଥିଲେ।

Advertisement