Monday, November 23, 2026
ADVERTISEMENT
Home ଜାତୀୟ କର୍ତ୍ତାରପୁର କରିଡର ଉଦଘାଟନ ସମାରୋହ ପାଇଁ ମନମୋହନ ସିଂଙ୍କୁ ନିମନ୍ତ୍ରଣ କଲେ ଇମ୍ରାନ ଖାଁ

କର୍ତ୍ତାରପୁର କରିଡର ଉଦଘାଟନ ସମାରୋହ ପାଇଁ ମନମୋହନ ସିଂଙ୍କୁ ନିମନ୍ତ୍ରଣ କଲେ ଇମ୍ରାନ ଖାଁ

315
ADVERTISEMENT

ନୂଆଦିଲ୍ଲୀ, ୧୦/୧୦(ଡି.ଏଚ ) : ପାକିସ୍ତାନରେ ଥିବା ଶିଖଧର୍ମକ୍ଷେତ୍ର କର୍ତ୍ତାରପୁର ସାହିବକୁ ଯୋଡୁଥିବା କର୍ତ୍ତାରପୁର କରିଡରର ଉଦଘାଟନ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଔପଚାରିକଭାବେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କୁ ନିମନ୍ତ୍ରଣ କରିଛନ୍ତି । ନଭେମ୍ବର ୯ରେ ଏହି ସମାରୋହ ଅନୁଷ୍ଠିତ ହେବ । ଏ ସଂପର୍କରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପ୍ଟେମ୍ବର ଶେଷ ସପ୍ତାହରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କହିଥିଲେ କର୍ତ୍ତାରପୁର କରିଡରର ଉଦଘାଟନ ପାଇଁ ପାକିସ୍ତାନ ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିବେ ନାହିଁ । ମୋଦୀଙ୍କ ବଦଳରେ ମନମୋହନଙ୍କୁ ନିମନ୍ତ୍ରଣ କରିବାକୁ ସେ ଘୋଷଣା କରିଥିଲେ । କିନ୍ତୁ ଏହି ନିମନ୍ତ୍ରଣ ରକ୍ଷା କରିବାକୁ ଡଃ. ସିଂ ପୂର୍ବରୁ ମନା କରିଦେଇଛନ୍ତି । ତେବେ ଗୁରୁନାନକ ଦେବଙ୍କ ୫୫୦ ତମ ପ୍ରକାଶ ପର୍ବ ଅବସରରେ ସେଠାକୁ ଯିବାକୁ ଥିବା ଶିଖ ପ୍ରତିନିଧିଦଳ (ଜଠା) ର ନେତୃତ୍ୱ କରିବାକୁ ସେ ସେଠାକୁ ଯିବାର ସମ୍ଭାବନା ରହିଛି । ଏଥିଲାଗି ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କିଛିଦିନ ପୂର୍ବରୁ ମନମୋହନଙ୍କୁ ଭେଟି ଅନୁରୋଧ କରିଥିଲେ ।

Advertisement