Sunday, September 20, 2026
ADVERTISEMENT
Home ଖେଳ କଳିଙ୍ଗରେ ଭାରତ ଜିଣିଲା ଟ୍ରଫି

କଳିଙ୍ଗରେ ଭାରତ ଜିଣିଲା ଟ୍ରଫି

302
ADVERTISEMENT

ଭୁବନେଶ୍ୱର, ୧୬/୬(ଡ଼ିଏଚବି): ଗତକାଲି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ପୁରୁଷ ହକି ସିରିଜ୍‌ ଫାଇନାଲ୍ସର ଫାଇନାଲ ମୁକାବିଲାରେ ଭାରତ ଜିତିଛି ଟ୍ରଫି।ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲ୍‌ରେ ପରାସ୍ତ କରିଛି। ଭାରତ ପକ୍ଷରୁ ବରୁଣ କୁମାର ଓ ମନପ୍ରୀତ ସିଂହ ୨ଟି ଲେଖାଏଁ ଗୋଲ ଦେଇଥିବା ବେଳେ ବିବେକ ପ୍ରସାଦ ଗୋଟିଏ ଗୋଲ ସ୍କୋର କରିଛନ୍ତି।

ତେବେ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ରିଚାର୍ଡ ପାଉଟଜ୍ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ବ୍ୟବଧାନକୁ ୫-୧ କରିବାକୁ ସକ୍ଷମ ହୋଇଥିଲେ। ଶେଷରେ ଭାରତ ଏହି ମ୍ୟାଚ୍‌କୁ ଜିତିବା ସହ ହକି ସିରିଜ୍‌ ଫାଲନାଲ୍ସ ଟ୍ରଫିକୁ ମଧ୍ୟ ନିଜ ନାଁରେ କରିଥିଲା। ଉତ୍ସବରେ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରିନ୍ଦର ବାତ୍ରା, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର କୁମାର ଦାସ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ।

Advertisement