Tuesday, September 8, 2026
ADVERTISEMENT
Home ଖେଳ ବିଶ୍ୱକପ୍‌: ଆଜି ଭାରତ- ପାକିସ୍ତାନ ମଧ୍ୟରେ ହେବ ମହା-ଲଢେଇ

ବିଶ୍ୱକପ୍‌: ଆଜି ଭାରତ- ପାକିସ୍ତାନ ମଧ୍ୟରେ ହେବ ମହା-ଲଢେଇ

358
ADVERTISEMENT

ନୂଆଦିଲ୍ଲୀ, ୧୬/୬(ଡ଼ିଏଚବି): ଆଜି ପୁଣି ଏକ ମ୍ୟାଚରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଭାରତୀୟ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଚଳିତ ବିଶ୍ୱକପ୍‌ର ୨୨ତମ ମ୍ୟାଚ୍‌ରେ ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ରବିବାର ଖେଳାଯିବକୁ ଥିବା ଏହି ମ୍ୟାଚ୍‌ ଉପରେ ସାରାବିଶ୍ୱର ନଜର ଏବେ ରହିଛି। ତେବେ ବର୍ଷା ତଥା ଖରାପ୍‌ ପାଗ କାରଣରୁ ମ୍ୟାଚ୍‌ ବାଧାପ୍ରାପ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି।

ଦୁଇ ଦେଶ ଭିତରେ ଚାଲିଥିବା ରାଜନୈତିକ ଓ କୂଟନୈତିକ ତିକ୍ତତା ଏହି ମ୍ୟାଚର ଗୁରୁତ୍ୱକୁ ଆହୁରି ବଢାଇଦେଇଛି। ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ଫେଭରାଇଟ ବିବେଚିତ ହେଉଥିଲେ ମଧ୍ୟ ପାକିସ୍ତାନ ବାଜି ମାରିନେଇଥିଲା। ଭାରତ- ପାକିସ୍ତାନ ମ୍ୟାଚ୍‌ ସହିତ ଭାବପ୍ରବଣତା ଜଡିତ ରହିଥାଏ। ଫଳରେ ଏହି ମ୍ୟାଚ୍‌ କେତେଜଣ ହିରୋ ଓ ଖଳନାୟକ ମଧ୍ୟ ସୃଷ୍ଟି କରିଥାଏ।

ଆଉ କିଛି ଘଣ୍ଟା ପରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମ୍‌ରେ ଚାଲିବ ମହାଲଢ଼େଇ। ଓଲ୍ଡ ଟ୍ରାଫର୍ଡର ଏହି ଗ୍ରାଉଣ୍ଡରେ ବଲ ସିମ୍‌ କରିବା ସହ ସୁଇଂ ମଧ୍ୟ କରିପାରେ। ତେବେ ଏହାସତ୍ତ୍ୱେ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏହି ପିଚ୍‌ ଉପଯୋଗୀ ସାବ୍ୟସ୍ତ ହେବ ଓ ଏହି ମ୍ୟାଚ୍‌ ହାଇସ୍କୋରିଂ ହେବ ବୋଲି ଆଶା କରାଯାଉଛି। ତେଣୁ, ପୁଣିଥରେ ଆଜି ସାରା ବିଶ୍ୱର ପ୍ରଶଂସକ ଏକ ରୋମାଞ୍ଚକ ମ୍ୟାଚ୍‌ ଦେଖିବେ ବୋଲି ଆଶା କରାଯାଉଛି। ତେବେ, ମାଞ୍ଚେଷ୍ଟରରେ ବର୍ଷା ସବୁକିଛି ବିଗାଡ଼ି ଦେଇପାରେ।

Advertisement