ନୂଆଦିଲ୍ଲୀ,୬।୧୦(ଡି. ଏଚ) : ପ୍ଲାଷ୍ଟିକ ପରିବେଶ ପାଇଁ ଜହର ଭଳି କାମ କରୁଛି । ଏହି ମାମଲାରେ ଭାରତୀୟ ରେଳରେ କ୍ୟାଟରିଙ୍ଗ୍ ର ସୁବିଧା ଦେଉଥିବା କମ୍ପାନୀ ଆଇଆରସିଟିସି ଏକ ବଡ଼ ପଦକ୍ଷେପ ଉଠାଇଛି । ଆଇଆରସିଟିସି ଟ୍ରେନରେ “ରେଳ ନିର” ନାମକ ବ୍ରାଣ୍ଡର ପାଣି ବିକ୍ରି କରିଥାଏ । ବର୍ତ୍ତମାନ ଆଇଆରସିଟିସି “ରେଳ ନିର” ବୋତଲକୁ ପ୍ୟାକେଜିଙ୍ଗ୍ ବାୟୋଡିଗ୍ରେଡେବଲ୍ ମାଟେରିଆଲ୍ ରେ ବିକ୍ରି କରିବ । ଆଇଆରସିଟିସି ପକ୍ଷରୁ ଟ୍ୱିଟ୍ କରି ଏହି ଖବରର ସୂଚନା ଦିଆଯାଇଛି । ପ୍ରଥମେ ପ୍ରାଇଭେଟ୍ ପ୍ରୋଜେକ୍ଟରେ ଏହାକୁ ଲକ୍ଷ୍ନୌ-ନୂଆ ଦିଲ୍ଲୀ-ଲକ୍ଷ୍ନୌ ରୁଟ୍ ରେ ଆରମ୍ଭ କରାଯିବ ।


















