Sunday, September 20, 2026
ADVERTISEMENT
Home ମୁଖ୍ୟ ଖବର ରାଜ୍ୟର ୩ଟି ଆସନ ପାଇଁ ଜୁଲାଇ ୫ରେ ହେବ ରାଜ୍ୟସଭା ଉପ-ନିର୍ବାଚନ

ରାଜ୍ୟର ୩ଟି ଆସନ ପାଇଁ ଜୁଲାଇ ୫ରେ ହେବ ରାଜ୍ୟସଭା ଉପ-ନିର୍ବାଚନ

342
ADVERTISEMENT

ଭୁବନେଶ୍ୱର, ୧୫/୬(ଡି.ଏଚ.ବି): ଆସନ୍ତା ଜୁଲାଇ ୫ତାରିଖରେ ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହାସହିତ ବିହାରର ଗୋଟିଏ ଓ ଗୁଜରାଟର ୨ଟି ଆସନ ପାଇଁ ମଧ୍ୟ ଏହି ଦିନ ନିର୍ବାଚନ ହେବ। ଆଜି ନିର୍ବାଚନ କମିଶନ ପକ୍ଷରୁ ଏନେଇ ବିଧିବଦ୍ଧ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ, ବିଜେଡିର ପ୍ରତାପ କେଶରୀ ଦେବ, ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଡ଼.ଅଚ୍ୟୁତ ସାମନ୍ତ ରାଜ୍ୟସଭା ଆସନରୁ ଇସ୍ତଫା ଦେବାପରେ ଏସବୁ ଆସନ ଖାଲି ପଡ଼ିଥିଲା। ଅଚ୍ୟୁତ ଓ ସୌମ୍ୟଙ୍କ କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ରହିଥିଲାବେଳେ ପ୍ରତାପ ଦେବଙ୍କ କାର୍ଯ୍ୟକାଳ ୨୦୨୨ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ରହିଥିଲା। ଏହି ୩ନେତାଙ୍କ ବାକି ଥିବା ଅବଧି ପାଇଁ ଆସନ୍ତା ୫ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

ଏହି ନିର୍ବାଚନ ପାଇଁ ଜୁନ୍ ୧୮ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ। ଜୁନ୍ ୨୫ରେ ହେବ ନାମାଙ୍କନ ପତ୍ର ଦାଖଲ , ଜୁନ୍ ୨୬ରେ ପ୍ରାର୍ଥପତ୍ର ଯାଞ୍ଚ ତଥା ଜୁନ୍ ୨୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ। ଜୁଲାଇ ୫ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଓ ସେହିଦିନ ଅପରାହ୍ନ ୫ଟା ରେ ଫଳାଫଳ ଘୋଷଣା ହେବ ବୋଲି ବି ଜଣାପଡ଼ିଛି।

ତେବେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ନିର୍ବାଚନ ହେବାକୁ ଥିବା ୩ଟି ଯାକ ରାଜ୍ୟସଭା ଆସନକୁ ବିଜେଡି ସହଜରେ ଅକ୍ତିଆର କରିବ।

Advertisement