ନୂଆଦିଲ୍ଲୀ,୫।୧୦(ଡି .ଏଚ): ଏଣିକି ଶହୀଦ୍ ପରିବାରଙ୍କୁ ୪ ଗୁଣା ଅଧିକ କ୍ଷତିପୂରଣ ମିଳିବ । ପୂର୍ବରୁ ଆର୍ମି ବ୍ୟାଟେଲ୍ କାଜୁଆଲିଟି ଓ୍ବେଲଫେୟାର ଫଣ୍ଡ ପକ୍ଷରୁ ଶହୀଦ୍ ପରିବାରଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବାବେଳେ ଏବେ ଏହାକୁ ୮ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏସମ୍ପର୍କିତ ଏକ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।


















