୩ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଏଟିଏମ୍‌ରେ ଟଙ୍କା ନଥିଲେ ବ୍ୟାଙ୍କକୁ ଲାଗିବ ଜରିମାନା: ଆର୍‌ବିଆଇ

229
ADVERTISEMENT

ମୁମ୍ବାଇ, ୧୫/୬(ଡି.ଏଚ.ବି): ଏଣିକି କୌଣସି ଏଟିଏମ୍‌ରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟଧରି ଟଙ୍କା ନଥିଲେ ସମ୍ପୃକ୍ତ ବ୍ୟାଙ୍କକୁ ଏଥିପାଇଁ ଜରିମାନା ଦେବାକୁ ପଡ଼ିବ। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆର୍‌ବିଆଇ ପକ୍ଷରୁ ଏକ ସର୍କୁଲାର ଆଜି ଜାରି କରାଯାଇଛି। ଆର୍‌ବିଆଇ ପକ୍ଷରୁ ଜାରି ନିର୍ଦ୍ଦେଶାନାମାରେ କୁହାଯାଇଛି ଯେ, କେଉଁ ଅଞ୍ଚଳରେ କେଉଁ ବ୍ୟାଙ୍କର ଏଟିଏମ୍‌ରେ କେତେ ଘଣ୍ଟା ବା କେତେଦିନ ପର୍ଯ୍ୟନ୍ତ ଟଙ୍କା ନଥିଲା ଜଣାପଡିବା ପରେ, ସମ୍ପୃକ୍ତ ବ୍ୟାଙ୍କ ବିରୋଧରେ ଜରିମାନା ସ୍ଥିର କରାଯିବ।

ସୂଚନାଯୋଗ୍ୟ ଯେ, ଗୋଟିଏ ବ୍ୟାଙ୍କ ଏଟିଏମ୍‌ରେ ଲାଗିଥିବା ସେନ୍ସର ମାଧ୍ୟମରେ ରିୟଲ ଟାଇମ ବେସିସ୍‌ରେ ଥିବା ଟଙ୍କା ସମ୍ପର୍କରେ ଜାଣି ପାରିଥାଏ। ଏଟିଏମ୍‌ରେ ଲାଗିଥିବା କ୍ୟାଶ୍‌ ଟ୍ରେରେ କେତେ ଟଙ୍କା ରହିଛି, ତାହା ମଧ୍ୟ ବ୍ୟାଙ୍କ ଜାଣିପାରେ। ଟଙ୍କା ଉଠାଇବାର ହାରାହାରି ସମୟକୁ ହିସାବକୁ ନେଇ ରିଫିଲିଙ୍ଗର ଆବଶ୍ୟକତା କେତେବେଳେ ରହିଛି, ତାହା ମଧ୍ୟ ବ୍ୟାଙ୍କ ଆକଳନ କରିପାରିବ। ତେବେ ବ୍ୟାଙ୍କଗୁଡ଼ିକ ବେଳେବେଳେ ଖାମ୍‌ଖିଆଲି ମନୋଭାବ ପ୍ରଦର୍ଶନ କରି ବହୁଦିନ ଧରି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରୁନାହାନ୍ତି। ଫଳରେ ବ୍ୟାଙ୍କର ଦୈନନ୍ଦିନ କାର୍ଯ୍ୟ ମଧ୍ୟ ଏଥିପାଇଁ ପ୍ରାୟତଃ ବାଧାପ୍ରାପ୍ତ ହେଉଛି।

Advertisement