ଦାଦାବଟି ଆଦାୟ ମାମଲାରେ ଜଣେ ଗିରଫ

294
ADVERTISEMENT

କୁକୁଡାଖଣ୍ଡି, ୧୫/୬(ଇ.ରଞ୍ଜନ): ଦାଦାବଟି ଆଦାୟ ମାମଲାରେ ଗତକାଲି କୁକୁଡାଖଣ୍ଡି ବ୍ଲକ ଦକ୍ଷିଣପୁର ପଞ୍ଚାୟତର ଗୁଣ୍ଠବନ୍ଧ ଗ୍ରାମରେ ଜଣେ ବ୍ୟକ୍ତି ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି । ସେ ହେଉଛନ୍ତି ଗୁଣ୍ଠବନ୍ଧ ଗ୍ରାମର ନାରାୟଣ ଜେନା । ଏନେଇ କେସ ନଂ- ୧୪୯/୨୦୧୯ରେ ଆଙ୍କୁଶପୁର ସଦର ଥାନାରେ ଏକ ମାମଲା ଦାଏର ହୋଇଛି ।

ସୂଚନାନୁଯାୟୀ, ଲୋଚାପଡ଼ା ବ୍ୟାଙ୍କ କଲୋନୀ ବାସିନ୍ଦା ରଘୁନାଥ ପଣ୍ଡା ନିଜ ଜେସିବି ମେସିନ୍କୁ ଦକ୍ଷିଣପୁର ପଞ୍ଚାୟତର କୌଣସି କାମରେ ଗୁଣ୍ଠବନ୍ଧରେ ଲଗାଇଥିଲେ । ରଘୁନାଥଙ୍କୁ ଗୁଣ୍ଠବନ୍ଧର ନାରାୟଣ ଜେନା ୩ହଜାର ଟଙ୍କା ଦାଦାବଟି ମାଗିଥିଲେ | କାମ କରାଇନଦେବା ସହ ରଘୁନାଥ ପଣ୍ଡାଙ୍କୁ ମାଡ଼ ମଧ୍ୟ ମାରିଥିଲେ । ତେବେ ରଘୁନାଥ ପଣ୍ଡାଙ୍କ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତକୁ ଗିରଫ କରିବା ସହ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା, ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ କହିଛନ୍ତି ।

Advertisement