ଭୁବନେଶ୍ୱର,୧/୧୦(ଡି .ଏଚ): ବାଲିଅନ୍ତା ଥାନା ଅଧୀନ ବାଳକାଟି ଫାଣ୍ଡି ଏସ୍ଆଇ ଦେବେନ୍ଦ୍ର ସାହୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି ଏସ୍ଆଇ ଦେବେନ୍ଦ୍ର ସାହୁ ବାଣୀବିହାରସ୍ଥିତ ଏକ ମଲ୍ରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏ ସମ୍ପର୍କରେ ଉକ୍ତ ବ୍ୟକ୍ତିଜଣକ ପୂର୍ବରୁ ଭିଜିଲାନ୍ସକୁ ଅବଗତ କରାଇଥିଲେ। ଫଳରେ ପୂର୍ବ ଯୋଜନା ମୁତାବକ ମଲ୍ ନିକଟରେ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ଦେବେନ୍ଦ୍ରଙ୍କୁ ଲାଞ୍ଚ ନେବାବେଳେ କାବୁ କରିନେଇଥିଲା। ଏହା ସହିତ ସମସ୍ତ ଲାଞ୍ଚ ଟଙ୍କାକୁ ଭିଜିଲାନ୍ସ ଜବତ କରିଥିଲା ।


















