ଖୋର୍ଦ୍ଧା,୧/ ୧୦(ଡି .ଏଚ): ବହୁଚର୍ଚ୍ଚିତ ବିଟ୍ କଏନ୍ ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ଶଶିଭୂଷଣ ମିଶ୍ରଙ୍କୁ ଗତକାଲି କ୍ଷତିଗ୍ରସ୍ତ ଜମାକାରୀ କାବୁ କରି ପୁଲିସ୍ ଜିମା ଦେଇଥିଲେ। ଶଶିଭୂଷଣ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ମ୍ୟାଲେରିଆ ବିଭାଗର କର୍ମଚାରୀ । ଏଥିସହ ଖୋର୍ଦ୍ଧା ଗାନ୍ଧି ପଡ଼ିଆ ନିକଟରେ ସେ ଏକ କମ୍ପ୍ୟୁଟର ସଂସ୍ଥା ଖୋଲି ଦୀର୍ଘ ଦିନ ହେଲା ବିଟ୍ କଏନ୍ ବ୍ୟବସାୟ ଚଳାଇ ସାଧାରଣ ଲୋକଙ୍କଠାରୁ ସେ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା । ଗିରଫ ପରେ ଖୋର୍ଦ୍ଧା ପୁଲିସ୍ ଶଶିଭୂଷଣଙ୍କୁ ଜଟଣୀ କମିଶନରେଟ୍ ପୁଲିସ୍କୁ ହସ୍ତାନ୍ତର କରିଛି । ଏହି ବହୁ କୋଟି ଟଙ୍କା ଠକେଇ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ସାଇବର ସେଲ୍କୁ ଏ ସଂକ୍ରାନ୍ତରେ ପୁଲିସ୍ ସୂଚନା ଦେଇଛି ।


















