ଅଟୋକୁ ଧକ୍କା ଦେଲା ଟ୍ରକ୍, ଅଟୋ ଡ୍ରାଇଭର ମୃତ

535
ADVERTISEMENT

ବଲାଙ୍ଗିର, ୧୪|୬(ଦୁନିଆ ହାଲଚାଲ) ବଲାଙ୍ଗିରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଛକ ନିକଟରେ ଦୁର୍ଘଟଣା ହୋଇଛି । ସୋନପୁର ତରଭାରୁ ରୋଗୀ ଛାଡି ଫେରୁଥିବା ବେଳେ ଅଟୋକୁ ପିଟିଲା ଟ୍ରକ୍ । ଫଳରେ ଘଟଣାସ୍ଥଳରେ ଅଟୋ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତ ଅଟୋ ଡ୍ରାଇଭର ବଲାଙ୍ଗିରର ସୁରେଶ ଦୀପ । କ୍ଷତିପୂରଣ ଦାବିରେ ଅଟୋ ଚାଳକ ସଂଘ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ପୁଇଁତଳା ଥାନା ନିକଟ ବଲାଙ୍ଗିର-ସୋନପୁର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକ । ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ବାଇପାସ୍ ନିର୍ମାଣ ଦାବି କରାଯାଉଛି ।

Advertisement