ଇଟାରେ ଛେଚି ହତ୍ୟା

717
ADVERTISEMENT

ପୁରୀ,୧୪/୬(ଦୁନିଆ ହାଲଚାଲ) : ଗୁରୁବାର ରାତିରେ ପୁରୀ ଟାଉନ୍ ଥାନା ଅନ୍ତର୍ଗତ ଚୁଡଙ୍ଗ ସାହିର ଖୁଣ୍ଟିଆ ବଗିଚା ଗଳିମୁଣ୍ଡରେ ଜଣେ ବ୍ୟକ୍ତିଙ୍କୁ କୌଣସି ଦୃର୍ବୃତ୍ତ ଇଟାରେ ଛେଚି ହତ୍ୟା କରିଛି। ୫୫ବର୍ଷୀୟ ମୃତ ଉମାଶଙ୍କର ଆଚାର୍ଯ୍ୟଙ୍କ ଘର ଚୁଡଙ୍ଗସାହିରେ। ପାରିବାରିକ ବିବାଦ ଯୋଗୁଁ ସେ ଘରେ ନ ରହି ଖୁଣ୍ଟିଆଗଳିରେ ଥିବା ଏକ କ୍ୟାବିନ୍ ରେ ରହୁଥିଲେ। କିଏ କେଉଁ କାରଣରୁ ତାଙ୍କୁ ହତ୍ୟା କରିଛି ତାହା ଜଣାପଡିନାହିଁ। ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Advertisement