Thursday, November 5, 2026
ADVERTISEMENT
Home ମୁଖ୍ୟ ଖବର ବିଜେପୁର ପାଇଁ ବିଜେପିର ପ୍ରାର୍ଥୀ ହେଲେ ସନତ ଗଡ଼ତିଆ

ବିଜେପୁର ପାଇଁ ବିଜେପିର ପ୍ରାର୍ଥୀ ହେଲେ ସନତ ଗଡ଼ତିଆ

380
ADVERTISEMENT

ଭୁବନେଶ୍ୱର,(ଏଜେନ୍ସି): ବିଜେପୁର ଉପନିର୍ବାଚନ ପାଇଁ ବିଜେପିରୁ ସନତ ଗଡ଼ତିଆ ଲଢ଼ିବା ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତାର ଅବସାନ ହୋଇଛି। କାରଣ ବିଜେପୁର ପାଇଁ ବିଜେପିର ପ୍ରାର୍ଥୀ ହେଲେ ସନତ ଗଡ଼ତିଆ ଏହା ବିଜେପି ପକ୍ଷରୁ ଘୋଷଣା ହୋଇଛି। ସୂଚନାଯୋଗ୍ୟ, ଗତକାଲି ବିଜେପୁର ଉପନିର୍ବାଚନ ପାଇଁ ରୀତା ସାହୁ ବିଜେଡି ପ୍ରାର୍ଥୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ରୀତା ସାହୁ ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ପତ୍ନୀ। ସୁବଳଙ୍କ ପରଲୋକ ପରେ ରୀତାଙ୍କୁ ବିଜେଡି ପକ୍ଷରୁ ଟିକେଟ୍ ଦିଆଯାଇଥିଲା । ସେହିପରି କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କୁ ବିଜେପୁର ମଇଦାନକୁ ଓହ୍ଲାଇଛି। ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବାରୁ ତିନି ଦଳର ପ୍ରାର୍ଥୀ ନାମାଙ୍କନ ଭରିବେ।

Advertisement