ମୁକ୍ତେଶ୍ବର ମନ୍ଦିର ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

232
ADVERTISEMENT

ଭୁବନେଶ୍ବର ,୧୪/୬(ଦୁନିଆ ହାଲଚାଲ): ମୁକ୍ତେଶ୍ବର ମନ୍ଦିରର ପରିସରରେ ଥିବା ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ ହୋଇଛି । ଗାଧୋଉଥିବା ବେଳେ ଗୋଡ ଖସିଯାଇ ପାଣିରେ ବୁଡି ଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ଲିଙ୍ଗରାଜ ଥାନା ପୋଲିସ ।

Advertisement