Friday, November 6, 2026
ADVERTISEMENT
Home ଆଞ୍ଚଳିକ ବିଜେପି ପକ୍ଷରୁ ଦିଗପହଣ୍ଡି ବ୍ଳକ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

ବିଜେପି ପକ୍ଷରୁ ଦିଗପହଣ୍ଡି ବ୍ଳକ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

348
ADVERTISEMENT

ଦିଗପହଣ୍ଡି,୨୭/୯(ପ୍ରଫୁଲ୍ଲ କୁମାର ସାବତ): ରାଜ୍ୟ ସରକାର ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜ ନାମରେ ପ୍ରଣୟନ କରି କାର୍ଯ୍ୟ କରୁଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ପକ୍କା ଘର ନିର୍ମାଣ ନେଇ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଚଳିତ କରିଥିବା ବେଳେ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନା ଅଥବା ମୋ ଆବାସ ଯୋଜନାରେ ନାମିତ କରି କାର୍ଯ୍ୟାଦେଶ ବଣ୍ଟନ କରିବା ଭଳି କାର୍ଯ୍ୟ ସଂଘୀୟ ବ୍ୟବସ୍ଥାକୁ ବିରୋଧାଚରଣ କରୁଥିବା ଅଭିଯୋଗ ଆଣି ରାଜ୍ୟ ବିଜେପିର ଡକରା କ୍ରମେ ଦିଗପହଣ୍ଡି ବିଜେପି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ଦିଗପହଣ୍ଡି ବ୍ଳକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ପୂର୍ବରୁ ପୁଞ୍ଜିକୟାଁ ଛକ ଠାରେ ସମସ୍ତ ଦଳୀୟ କର୍ମୀ ସମବେତ ହେବା ପରେ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଦିଗପହଣ୍ଡି ବିଜେପି ବିଧାୟିକା ପ୍ରାର୍ଥୀ ନାରୀ ନେତ୍ରୀ ପିଙ୍କି ପ୍ରଧାନ, ଯୁବ ନେତା ଅନନ୍ତ ମହାନ୍ତି ଓ ବାପି ପ୍ରଧାନ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ପରେ ଦସ୍ତଖତ ସମ୍ବଳିତ ଏକ ସ୍ମାରକ ପତ୍ର ବିଡିଓ ହଳଧର ଶବରଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏଥିରେ ବ୍ଳକର ବିଭିନ୍ନ ଅଞ୍ଚଳରୁ ବିଜେପି କର୍ମୀ ମାନେ ସାମିଲ ହୋଇଥିଲେ ।

Advertisement