ଭୁବନେଶ୍ବର ,୨୭/୯(ଡି .ଏଚ ):ହୀରାକୁଦ ଜଳଭଣ୍ଡାରର ପୁଣିଥରେ ଖୋଲିଲା ୩ଟି ସୁଇସ ଗେଟ୍ । ବର୍ତ୍ତମାନ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବରେ ୪ଟି ଓ ଡାହାଣ ପାର୍ଶ୍ବରେ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେବା ଫଳରେ ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୭୦ ହଜାର ୯୯୦ କ୍ୟୁସେକ୍ ଜଳ । ଓ ନିଷ୍କାସିତ ହେଉଛି ୭୦ ହଜାର ୯୯୦ କ୍ୟୁସେକ୍ ଜଳ ।


















