Saturday, August 8, 2026
ADVERTISEMENT
Home ଖେଳ ବିଜେପିରେ ଯୋଗ ଦେବେ ଅଲିମ୍ପିକରେ କାଂସ୍ୟ ପଦକ ବିଜେତା ମଲ୍ଲଯୋଦ୍ଧା ଯୋଗେଶ୍ଵର ଦତ୍ତ

ବିଜେପିରେ ଯୋଗ ଦେବେ ଅଲିମ୍ପିକରେ କାଂସ୍ୟ ପଦକ ବିଜେତା ମଲ୍ଲଯୋଦ୍ଧା ଯୋଗେଶ୍ଵର ଦତ୍ତ

869
ADVERTISEMENT

ନୂଆଦିଲ୍ଲୀ,ଡ଼ି.ଏଚ,୨୬/୯ ,(ଏଜେନସି ): ମଲ୍ଲଯୋଦ୍ଧା ଯୋଗେଶ୍ଵର ଦତ୍ତ ବିଜେପିରେ ସାମିଲ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଖାଲି ସେତିକି ନୁହେଁ ସେ ଆସନ୍ତା ମାସରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ୨୦୧୨ରେ ଅଲିମ୍ପିକରେ କାଂସ୍ୟ ପଦକ ବିଜେତା ଯୋଗେଶ୍ଵର ଦତ୍ତ ଗତ ସାଧାରଣ ନିର୍ବାଚନରେ ବି ବିଜେପି ଲୋକସଭା ଟିକେଟ୍ ଦେବାପାଇଁ ବିଚାର କରିଥିଲା, ମାତ୍ର କୌଣସି କାରଣରୁ ତାହା ସମ୍ଭବପର ହୋଇ ନଥିଲା। ରାଜ୍ୟ ବିଜେପି ଶାଖା ଏବେ ତାଙ୍କ ନାମରେ ପ୍ରସ୍ତାବ ଦେଇଛି ।

ନିକଟରେ ହରିୟାଣା ନିବାସୀ ଯୋଗେଶ୍ଵର ହରିୟାଣା ବିଜେପି ସଭାପତି ସୁଭାଷ ବରାଲଙ୍କୁ ଭେଟିଛନ୍ତି । ସେ ରାଜନୀତିରେ ସକ୍ରିୟ ହେବାଲାଗି ନିକଟରେ ହରିୟାଣା ରାଜ୍ୟ ସରକାରଙ୍କ ପୁଲିସ ବିଭାଗରୁ ଇସ୍ତଫା ଦେଇ ସାରିଛନ୍ତି । ସୂଚନାଯୋଗ୍ୟ ଯୋଗେଶ୍ଵର ଦତ୍ତ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତିଥିଲେ । ତାଙ୍କୁ ୨୦୧୩ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Advertisement