ଭୁବନେଶ୍ୱର,୨୬/୯(ଏଜେନ୍ସି ): ରାଜ୍ୟ ସରକାର ଓମଫେଡ୍ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି କରିଛନ୍ତି ।ପୂର୍ବରୁ ଓମଫେଡ୍ କ୍ଷୀର ଲିଟର ୪୦ ଟଙ୍କା ଥିବାବେଳେ ଏବେ ଲିଟର ପିଛା ୪୪ ଟଙ୍କା ହୋଇଛି। ଆସନ୍ତାକାଲିଠାରୁ ସମଗ୍ର ରାଜ୍ୟରେ ଓମଫେଡ୍ର ଏହି ବର୍ଦ୍ଧିତ ଦର ଲାଗୁ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ଖାଉଟି ଟୋନ୍ଡ୍ କ୍ଷୀର ଲିଟର ପିଛା ୩୮ ଟଙ୍କାରେ କିଣିବେ। ସେହିପରି ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ କ୍ଷୀର ଲିଟର ପିଛା ୪୪ ଟଙ୍କାରେ କିଣିବେ ଖାଉଟି।


















