ଝୁଳନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

339
ADVERTISEMENT

କଳାହାଣ୍ଡି,୧୪/୬(ଦୁନିଆ ହାଲଚାଲ):କଳାହାଣ୍ଡି ଆମପାଣିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଝୁଳନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଚାଷ ଜମିରେ ଥିବା ଏକ ଗଛରେ ଝୁଳନ୍ତା ଅବସ୍ଥାରେ ମୃତଦେହଟିକୁ ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ। ତେବେ ଏହାର ଠିକ୍ ଅଳ୍ପ ଦୂରରେ ଜଣେ ଯୁବତୀ ଜଣକଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ଦୁହିଁଙ୍କ ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସ୍‌କୁ ସୂଚନା ଦେଇଥିଲେ। ଏହି ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରାଯାଉଛି। ହେଲେ ଏହା ଆତ୍ମହତ୍ୟା ନା ହତ୍ୟା ସେ ନେଇ ପୁଲିସ ତଦନ୍ତ ଚଳାଇଛି ।

Advertisement