ମାଲକାନଗିରି,(ଏଜେନ୍ସି) : ଓଡ଼ିଶା ସୀମାନ୍ତରେ ଗୁଳି ବିନିମୟ । ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ର ପ୍ରଦେଶର ମାଡ଼ିଗାମାଲୁ ଜଙ୍ଗଲରେ ଥିବା ମାଓବାଦୀଙ୍କ ଶିବିରରେ କେତେକ ମାଓବାଦୀ ଥିବାର ଖବର ପାଇବାପରେ ଗତକାଲି ରାତିରେ ଗ୍ରେହାଉଣ୍ଡ ଯବାନମାନେ ସେଠାକୁ ଯାଇ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ପ୍ରାୟ ଅଧଘଣ୍ଟାଧରି ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ମାଓବାଦୀ ନିହତ ହୋଇଥିବା ଜଣାଯାଇଛି। ଘଟଣା ପରେ ଆନ୍ଧ୍ର ସୀମାନ୍ତ ଅଂଚଳରେ କମ୍ବିଂ ଅପରେସନ୍କୁ ଜୋର ଦାର କରାଯାଇଛି । ଘଟଣାସ୍ଥଳରୁ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ସହିତ ବହୁ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।


















