Friday, November 6, 2026
ADVERTISEMENT
Home ରାଜ୍ୟ ଟ୍ରକ-କାର ମୁହାଁମୁହିଁ ଧକ୍କା

ଟ୍ରକ-କାର ମୁହାଁମୁହିଁ ଧକ୍କା

271
ADVERTISEMENT

ଅନୁଗୁଳ,(ଏଜେନ୍ସି): ଅନୁଗୁଳ ଜାତୀୟ ରାଜପଥ ନିକଟରେ ଏକ ଟ୍ରକ ଓ କାର୍‌ ମୁହାଁମୁହିଁ ଧକ୍କା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଟ୍ରକଟି ସମ୍ବଲପୁରରୁ ଅନୁଗୁଳ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କାର ଡ୍ରାଇଭର ଦୀପକ ସ୍ୱାଇଁଙ୍କର ମୃତ୍ୟୁ ହୋଇଛି ଏବଂ ତାଙ୍କ ଭାଇ ଦେବବ୍ରତ ସ୍ୱାଇଁ ଗୁରୁତର ହୋଇଛନ୍ତି । ଦୀପକ ଏବଂ ଦେବ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନେ ଭଦ୍ରକରୁ ସମ୍ବଲପୁର ଧୂପକାଟି ବ୍ୟବସାୟ ପାଇଁ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି କରିବା ସହ ତଦନ୍ତ ଚଳାଇଛି ।

Advertisement