Friday, November 6, 2026
ADVERTISEMENT
Home ରାଜ୍ୟ ଝାଡ଼ୁ ମାରିଲେ ପ୍ରତାପ ଷଡ଼ଙ୍ଗୀ

ଝାଡ଼ୁ ମାରିଲେ ପ୍ରତାପ ଷଡ଼ଙ୍ଗୀ

244
ADVERTISEMENT

ଝାରସୁଗୁଡ଼ା(ଏଜେନ୍ସି ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ୬୯ ତମ ଜନ୍ମଦିନ। ଏହି ଅବସରରେ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ‘ସେବା ସପ୍ତାହ’ ଭାବେ ପାଳନ କରାଯାଉଛି। ଏହି ଉପଲକ୍ଷେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ,ଝାରସୁଗୁଡ଼ା ଜିଲ୍ଲା ବିଜେପି ନେତ୍ରୀ ତଥା ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ବିଜେପିର ବହୁ ଦଳୀୟ କର୍ମୀ ଝାରସୁଗୁଡ଼ା ରେଳ ଷ୍ଟେସନରେ ପହଞ୍ଚି ଷ୍ଟେସନ ପରିସରକୁ ଝାଡ଼ୁ ମାରିଥିଲେ। ଏବଂ ପ୍ଲାଷ୍ଟିକ ମୁକ୍ତ ଓ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ଜୋର ଦେବା ସହ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ କେନ୍ଦ୍ର ମନ୍ତ୍ରୀ ସଚେତନତାର ଆହ୍ୱାନ ଦେଇଥିଲେ।

Advertisement