ପ୍ରଧାନମନ୍ତ୍ରୀ ସଡକ ନିର୍ମାଣରେ ମା’ କରୁଥିଲେ କାମ, ଗଛ ତଳେ ଶୋଇଥିବା ୬ ବର୍ଷର ଶିଶୁକୁ ଚାପିଦେଲା ଜେସିବି

238
ADVERTISEMENT

ମୟୂରଭଂଜ ,୧୫/o୯(ଏଜେନସି ) : ମୟୂରଭଂଜ ଜିଲ୍ଲାର ବହଳଦା-ତିରିଂ ଥାନା ଅନ୍ତର୍ଗତ ଝରାଡିହି ଗ୍ରାମପଞ୍ଚାୟତ ଦୁମାତାଣ୍ଡି ଗ୍ରାମ ନିକଟରେ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କାର୍ଯ୍ୟ ଚାଲିଥିଲା ବାଳେ ରବିବାର ଏକ ଅଘଟଣ ଘଟିଯାଇଛି। ଜେସିବି(ହିଟାଚି) ଚାଳକର ବେପରୁଆ ଗାଡି ଚାଳନାରୁ ରାସ୍ତା କୋଡରେ ଶୋଇଥିବା ନାବାଳକର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ବଣ ପାହାଡ ଘେରା ଦୁମାତାଣ୍ଡି ଗ୍ରାମର ମହିଳାମାନଙ୍କ ସହ ବାଳକର ମାଆ ପୁମା ମାଝୀ ସଡକ ନିର୍ମାଣ କାମ କରୁଥିଲା ବେଳେ ୬ ବର୍ଷର ପୁଅ ସାଲଖାନ ମାଝୀ ରାସ୍ତାକଡ଼ରେ ଶୋଇଥିଲା। ମାଆ କାମରେ ବ୍ୟସ୍ତ ଥିଲାବେଳେ ସେ ରାସ୍ତାକଡରେ ଘୋର ନିଦରେ ଶୋଇ ଯାଇଥିଲା। ହିଟାଚି ଚାଳକ ବାଳକଟି ଶୋଇଥିବା ଜାଣି ନପାରି ପଛକୁ ନେଲାବେଳେ ବାଳକର ବାମପଟ ମୁଣ୍ଡ କାନ ତଳକୁ ଚେନରେ ଚାପି ଦେଇଥିଲା। ପିଲାଟି ଯନ୍ତ୍ରଣାରେ ଚିଲ୍ଲାଇଲା ବେଳକୁ ମୁଣ୍ଡର କିଛି ଅଂଶ ନଷ୍ଟ ହୋଇଯାଇଥିଲା।

Advertisement