ଜମ୍ମୁ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ : ୨୦୦ ଡିଏସପିଙ୍କୁ ପଦୋନ୍ନତି ଏବଂ ୮୦୦ ଡାକ୍ତରଙ୍କ ନିଯୁକ୍ତି ଅନୁମୋଦନ

267
ADVERTISEMENT

ଶ୍ରୀନଗର,୧୫/o୯(ଏଜେନସି ) :ବିଗତ ୧୦ ବର୍ଷ ଧରି ଯେଉଁ ଡିଏସପିମାନଙ୍କର ପଦୋନ୍ନତି ଅଟକି ରହିଥିଲା ସେମାନଙ୍କ ପଦୋନ୍ନତିକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଖାଲି ସେତିକି ନୁହେଁ ଜମ୍ମୁ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ରାଜ୍ୟରେ ଆତଙ୍କବାଦ ବିରୋଧରେ ଲଢ଼ୁଥିବା ପୁଲିସ ଯବାନଙ୍କ ପଦୋନ୍ନତିକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ସେ କହିଛନ୍ତି ଗତ ଦଶ ବର୍ଷଧରି ଜମ୍ମୁ କାଶ୍ମୀରର୨୦୦ ଡିଏସପିଙ୍କ ପଦୋନ୍ନତି ଅଟକି ରହିଥିଲା । ଜମ୍ମୁ ବିମାନବନ୍ଦରରେ ନିୟୋଜିତ ଥିବା ଜଣେ ଡିଏସପିଙ୍କୁ ଆତଙ୍କବାଦୀଙ୍କ ବିରୋଧରେ ଲଢେଇରେ ୧୦ଟି ଗୁଳି ବାଜିଥିଲା, କିନ୍ତୁ ତାଙ୍କର ପଦୋନ୍ନତି ଦଶ ବର୍ଷ ଧରି ଅଟକି ରହିଥିଲା । ଏପରି ସ୍ଥିତିରେ ତତ୍କାଳ ନିଷ୍ପତ୍ତି ନେଇ ୨୦୦ ଜଣ ଡିଏସପିଙ୍କ ପଦୋନ୍ନତି କରାଯାଇଛି ଏବଂ ଏହା ଯେପରି ଆଗକୁ ପଦୋନ୍ନତି ନ ଅଟକିବ ତାକୁ ମଧ୍ୟ ସୁନିଶ୍ଚିତ କରାଯାଇଛି, ବୋଲି ଜମ୍ମୁ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି । କଠୁଆରେ ଡିଏମସିର ଉଦଘାଟନ ସମାରୋହରେ ରାଜ୍ୟପାଳ ରାଜ୍ୟ ପ୍ରଶାସନ ପକ୍ଷରୁ ନିଆଯାଇଥିବା କେତେକ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ରାଜ୍ୟରେ ୮୦୦ ଜଣ ଡାକ୍ତରଙ୍କ ନିଯୁକ୍ତିକୁ ଅନୁମୋଦନ କରାଯାଇଛି ।

Advertisement