Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ : ଏଣିକି ଭଲ କାମ କଲେ ଥାନାଧିକାରୀଙ୍କୁ ମିଳିବ ପଦୋନ୍ନତି, ଖିଲାପ କଲେ କାର୍ଯ୍ୟାନୁଷ୍ଠାନ

ମୁଖ୍ୟମନ୍ତ୍ରୀ : ଏଣିକି ଭଲ କାମ କଲେ ଥାନାଧିକାରୀଙ୍କୁ ମିଳିବ ପଦୋନ୍ନତି, ଖିଲାପ କଲେ କାର୍ଯ୍ୟାନୁଷ୍ଠାନ

291
ADVERTISEMENT

ଭୁବନେଶ୍ୱର,୧୪/o୯(କୁନା ପ୍ରଧାନ) : ଆସନ୍ତା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ‘ମୋ ସରକାର କାର୍ଯ୍ୟକ୍ରମ’। ଏହି ପରିପ୍ରେକ୍ଷୀରେ ଶନିବାର ସ୍ଥାନୀୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୬୩୫ଜଣ ଥାନାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ୫-ଟିରେ ଭଲ କାମ କଲେ ଅଧିକାରୀଙ୍କୁ ପନୋନ୍ନତି ଦିଆଯିବ ବୋଲି କୁହାଯାଇଛି। ଏଥିସହ ସାଧାରଣ ନାଗରିକମାନଙ୍କ ସହ ଯୋଗାଯୋଗ କରି ଥାନାଧିକାରୀମାନେ ସେବା ଯୋଗାଇ ଦେବେ। ଏଭଳି କଲେ ସେମାନଙ୍କୁ ପୁରସ୍କୃତ କରାଯିବ। ଏହାର ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଏଣିକି ପ୍ରତ୍ୟେହ ୧୦ ଅଭିଯୋଗକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ସିଧା କଥା ହେବେ। ଖାଲି ସେତିକି ନୁହେଁ ଥାନାରେ ବ୍ୟବହାର ଓ ସେବା ନେଇ ମୁଖ୍ୟମନ୍ତ୍ରୀ ପଚାରି ବୁଝିବେ। ଭଲକାମ କରିଥିଲେ ଅଧିକାରୀମାନଙ୍କୁ ପ୍ରଶଂସା ପତ୍ର ଦିଆଯିବ। ଅପରପକ୍ଷେ କାମ ସନ୍ତୋଷ ଜନକ ନ ଥିଲେ ସମ୍ପୃକ୍ତ ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଯୋଗକାରୀଙ୍କ ଫୋନ ନଂ ପଞ୍ଜିକରଣ ହେବ। ଏହା ଏସ୍‌ପିଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପହଞ୍ଚିବ। ଯୋଗାଯୋଗ କରି ଅଧିକାରୀମାନେ ନାଗରିକଙ୍କୁ ସେବା ଯୋଗାଇ ଦିଆଯିବ। ଅଭିଯୋଗକାରୀ କେବଳ ଥାନାକୁ ଆସିବେ। ଅନ୍ୟ କେଉଁଠିକୁ ଯିବେ ନାହିଁ।

Advertisement