ଅସୁସ୍ଥ ହାତୀ ଶାବକକୁ ଗ୍ରାମବାସୀ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କଲେ

292
ADVERTISEMENT

ଢେଙ୍କାନାଳ,୧୪/o୯(ଏଜେନସି ) : ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ବାଇଗିଣିଆ ଗ୍ରାମ ଦଳିତ ବସ୍ତି ପାଖ ପଡିଆରୁ ଶନିବାର ଗ୍ରାମବାସୀ ଏକ ଅଣ୍ଡିରା ହାତୀ ଶାବକକୁ ଉଦ୍ଧାର କରିଛନ୍ତି । ଶାବକଟିର ବୟସ ପ୍ରାୟ ଏକ ମାସ ହେବ ବୋଲି କୁହାଯାଉଛି। ତେବେ ନାଭିରେ ସଂକ୍ରମଣ ହୋଇଯାଇଥିବାରୁ ସେ ଅସୁସ୍ଥ ହୋଇ ଠିକ୍‌ ଭାବେ ଚାଲି ପାରୁନାହିଁ। ତେଣୁ ତାହାର ଚିକିତ୍ସା କରାଯାଉଛି। ବର୍ତ୍ତମାନ ବନବିଭାଗ ପକ୍ଷରୁ ଶାବକଟିର ଚିକିତ୍ସା କରାଯାଉଥିବା ଜଣାପଡ଼ିଛି ।
ସୂଚନାନୁଯାୟୀ, ଉକ୍ତ ଅଞ୍ଚଳରେ ଶୁକ୍ରବାର ଏକ ହାତୀ ପଲ ଥିବା ବେଳେ ଅସୁସ୍ଥ ଶାବକଟିକୁ ଛାଡ଼ି ମା’ ହାତୀ ପଳାଇଛି । ଗ୍ରାମବାସୀ ସକାଳେ ଏହା ଦେଖିବା ପରେ ଶାବକଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ମହାବିରୋଡ଼ ରେଞ୍ଜର ହରମୋହନ ନାୟକ, ଡିହଡୋଳ ଫରେଷ୍ଟର ରାମଚନ୍ଦ୍ର ରାଉତ, ଗାର୍ଡ ଲୁସ୍ପିତା ସିଂ ପ୍ରମୁଖ ପହଞ୍ଚି ଶାବକକୁ ଆଣି ପରଜଙ୍ଗ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଇଛନ୍ତି। ଉକ୍ତ ହାତୀ ଶାବକଟିକୁ ପ୍ରାଣୀ ଚିକିତ୍ସା ଅଧିକାରୀ ଡ ରଞ୍ଜିତ କୁମାର ସାହୁ ଓ ସହକାରୀ ପ୍ରାଣୀ ଚିକିତ୍ସକ ସରୋଜ ମହାନ୍ତି ଚିକିତ୍ସା କରିଥିଲେ ।

Advertisement