ଭୁବନେଶ୍ୱର,୧୪/o୯(କୁନା ପ୍ରଧାନ ) : ଏଣିକି ଛାଡ଼ପତ୍ର ମାମଲା ଚାଲିଥିବା ବେଳେ ମହିଳାମାନଙ୍କୁ ପେନ୍ସନ ମିଳିବ । ଏନେଇ ପ୍ରକ୍ରିୟା ଚାଲିଥିବା ନେଇ ଶନିବାର ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ବାର୍ଷିକ ୪୦ହଜାରରୁ କମ୍ ଆୟ ଥିବା ମହିଳାମାନଙ୍କୁ ମଧୁବାବୁ ପେନ୍ସନ ଯୋଜନାରେ ଏହି ସୁବିଧା ମିଳିବ। ତେବେ ଛାଡ଼ପତ୍ର ମାମଲା ସମ୍ପର୍କିତ କାଗଜପତ୍ର ପ୍ରମାଣପତ୍ର ଭାବେ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

















