ରାମପୁର,୧୪/o୯(ଏଜେନସି ) : ସମାଜବାଦୀ ପାର୍ଟି ନେତା ତଥା ରାମପୁର ଏମ୍ପି ଆଜମ ଖାଁ ଏବେ ଅଡୁଆରେ ପଡିଛନ୍ତି। ଏହି ସମୟରେ ଦଳର ସବୁ ବରିଷ୍ଠ ନେତା ତାଙ୍କ ସାହସ ବଢାଇବାକୁ ତାଙ୍କ ନିକଟରେ ପହଞ୍ଚଥିବା ଜଣାପଡିଛି। ଏହି କ୍ରମରେ ସମ୍ଭଲର ସମାଜବାଦୀ ପାର୍ଟି ନେତା ଫିରୋଜ ଖାଁ ମଧ୍ୟ ରାମପୁର ପହଞ୍ଚିଥିଲେ। ହେଲେ ଫିରୋଜ ଯେଉଁଭଳି ଭାବେ ସେଠାରେ ପହଞ୍ଚିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେ ପୋଲିସ ଆଖିରେ ଧୂଳି ଦେବାପାଇଁ ବର ବେଶରେ ସଜାଇ ହୋଇ ସେଠାରେ ପହଞ୍ଚିଥିବାଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଆଜମ ଖାଁଙ୍କ ନାଁରେ ଅନେକ ଗୁଡିଏ ମାମଲା ଥିବା ବେଳେ ତାଙ୍କୁ ଆଗୁଆ ଜାମିନ ଦେବାକୁ ମଧ୍ୟ କୋର୍ଟ ମନା କରି ଦେଇଛନ୍ତି। ଫଳରେ ଉତ୍ତେଜନା ପରିସ୍ଥିତିକୁ ଦେଖି ରାମପୁରରେ ୧୪୪ ଧାରା ଜାରି କରାଯାଇଛି। ପୋଲିସ ସ୍ଥାନେ ସ୍ଥାନେ ଜଗି ରହିଥିବାରୁ ଆଜମ ଖାଁଙ୍କ ପର୍ଯ୍ୟନ୍ତ ପହଞ୍ଚିବା କଷ୍ଟସାଧ୍ୟ ହୋଇ ଥିବାରୁ ଫିରୋଜଙ୍କ ଅଭିନବ ଉପାୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।




















