Wednesday, September 23, 2026
ADVERTISEMENT
Home ବ୍ୟବସାୟ ଅକ୍ଟୋବର୧ରୁ ଷ୍ଟେଟ ବ୍ୟାଙ୍କରେ ଟଙ୍କା ଜମା, ଉଠାଣ ଉପରେ ଏହି ସବୁ ଶୁଳ୍କ ଲାଗୁ ହେବ

ଅକ୍ଟୋବର୧ରୁ ଷ୍ଟେଟ ବ୍ୟାଙ୍କରେ ଟଙ୍କା ଜମା, ଉଠାଣ ଉପରେ ଏହି ସବୁ ଶୁଳ୍କ ଲାଗୁ ହେବ

589
ADVERTISEMENT

ମୁମ୍ବାଇ,୧୨/o୯(ଏଜେନସି ) : ଆସନ୍ତା ଅକ୍ଟୋବର ପହିଲାରୁ ନିଜର ସେବା ଶୁଳ୍କ ବା ସର୍ଭିସ ଚାର୍ଜରେ କେତେକ ସଂଶୋଧନ କରିବାକୁ ଘୋଷଣା କରିଛି । ଏହା ଅନୁଯାୟୀ ଟଙ୍କା ଜମା, ଉଠାଣ, ହାରାହାରି ମାସିକ ବାଲାନ୍ସ ଆଦି ଉପରେ ଗ୍ରାହକମାନେ ପ୍ରଦାନ କରୁଥିବା ଶୁଳ୍କରେ ପରିବର୍ତ୍ତନ ଅଣାଯାଇଛି । ସହରାଞ୍ଚଳ ଗ୍ରାହକଙ୍କ ପାଇଁ ମାସିକ ହାରାହାରି ବାଲାନ୍ସ ପରିମାଣ ଏବେ ୫ ହଜାର ଥିବାବେଳେ ଅକ୍ଟୋବର ୧ରୁ ତାହା ୩ ହଜାରକୁ ହ୍ରାସ କରାଯାଇଛି । ଏହା ତଳକୁ ଜମା ରଖିଲେ ଗ୍ରାହକଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ । ମାସିକ ହାରାହାରି ବାଲାନ୍ସର ୫୦ ପ୍ରତିଶତ ପର୍ଯ୍ୟନ୍ତ କମ ରହିଲେ ଗ୍ରାହକଙ୍କୁ ଜିଏସଟି ସହିତ ୧୦ ଟଙ୍କା ଦେବାକୁ ହେବ । ସେହିପରି ମାସିକ ହାରାହାରି ବାଲାନ୍ସର ୭୫ ପ୍ରତିଶତ ପର୍ଯ୍ୟନ୍ତ କମ ରହିଲେ ଗ୍ରାହକଙ୍କୁ ଜିଏସଟି ସହିତ ୧୫ ଟଙ୍କା ଜରିମାନା ଆକାରରେ ଦେବାକୁ ହେବ । ଅର୍ଦ୍ଧ-ସହରାଞ୍ଚଳରେ ମାସିକ ହାରାହାରି ବାଲାନ୍ସକୁ ୨ ହଜାର ଟଙ୍କା ଓ ଗ୍ରାମାଞ୍ଚଳରେ ୧ ହଜାର ଟଙ୍କାକୁ ହ୍ରାସ କରାଯାଇଛି । ଗ୍ରାମାଞ୍ଚଳରେ ମାସିକ ହାରାହାରି ବାଲାନ୍ସର ୫୦ ପ୍ରତିଶତ ପର୍ଯ୍ୟନ୍ତ କମ ରହିଲେ ଗ୍ରାହକଙ୍କୁ ଜିଏସଟି ସହିତ ୫ ଟଙ୍କା ଜରିମାନା ଆକାରରେ ଦେବାକୁ ହେବ । ସେହିପରି ମାସିକ ହାରାହାରି ବାଲାନ୍ସର ୭୫ ପ୍ରତିଶତ ପର୍ଯ୍ୟନ୍ତ କମ ରହିଲେ ଗ୍ରାହକଙ୍କୁ ଜିଏସଟି ସହିତ ୭ ଟଙ୍କା ୫୦ ପଇସା ଦେବାକୁ ହେବ । ୭୫ ପ୍ରତିଶତରୁ କମ ରହିଲେ ୧୦ ଟଙ୍କା ଜରିମାନା ଦେବାକୁ ହେବ । ଅନ୍ୟପକ୍ଷରେ ଜଣେ ଗ୍ରାହକ ନିଜର ସଂଚୟ ଜମା ଖାତାରେ (ସେଭିଂସ ଆକାଉଣ୍ଟ)ରେ ମାସକୁ ୩ ଥର ବିନା ଶୁଳକରେ ଟଙ୍କା ଜମା ରଖିପାରିବେ । ୩ ଥରରୁ ଅଧିକ ହେଲେ ଜିଏସଟି ସହିତ ୫୦ ଟଙ୍କା ଲେଖାଏଁ ଶୁଳ୍କ ଲାଗୁ ହେବ । ନିଜର ଖାତା ଥିବା ଶାଖା ବ୍ୟତୀତ ଅନ୍ୟ ଶାଖାରେ ଦିନକୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିହେବ । ଯେଉଁମାନଙ୍କ ଖାତାରେ ମାସିକ ହାରାହାରି ବାଲାନ୍ସ ୨୫ ହଜାର ଟଙ୍କା ରହୁଥିବ ସେମାନେ ମାସକୁ ୨ ଥର ଶୁଳ୍କ ବିହୀନ ଉଠାଣ କରିପାରିବେ । ମାସିକ ହାରାହାରି ବାଲାନ୍ସ ୨୫ ହଜାର ଟଙ୍କାରୁ ୫୦ ହଜାର ଟଙ୍କା ମଧ୍ୟରେ ରହିଲେ ମାସକୁ ୧୦ଟି ଶୁଳ୍କ ବିହୀନ ଉଠାଣ କରିହେବ । ଏହାଠାରୁ ଅଧିକ ହେଲେ ୫୦ ଟଙ୍କା ଶୁଳ୍କ ଲାଗୁ ହେବ ।

Advertisement