ସମବାୟ ବ୍ୟାଙ୍କର ଭାରପ୍ରାପ୍ତ ସଂପାଦକ ଅଶୋକ କୁମାର ମହାପାତ୍ର ; ଭିଜିଲାନ୍ସ ଜାଲରେ

261
ADVERTISEMENT

ବଲାଙ୍ଗୀର,୧୨/o୯(ଏଜେନସି ) : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସହକାରୀ ମ୍ୟାନେଜର ତଥା ଭାରପ୍ରାପ୍ତ ସଂପାଦକ ଅଶୋକ କୁମାର ମହାପାତ୍ର । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ଅଶୋକ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଥିବାର ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ବିଭାଗର ବଲାଙ୍ଗୀର, ସୋନପୁର, ସମ୍ବଲପୁର ,ଝାରସୁଗୁଡ଼ା ଏବଂ ରାଉରକେଲାର ଭିଜିଲାନ୍ସ ଟିମ୍ ଏକକାଳୀନ ୪ଟି ସ୍ଥାନରେ ଚଢ଼ଉ ଜାରି ରଖିଥିବା ଜଣାଯାଇଛି। ଭିଜିଲାନ୍ସ ଟିମ୍‌ ପ୍ୟାଲେସ୍‌ ଲାଇନ ନିକଟରେ ଥିବା ଅଶୋକ ମହାପାତ୍ରଙ୍କ ଦଶମତି ନଗରର ଦ୍ବିତଳ ବାସଭବନରେ ସକାଳୁ ଚଢ଼ାଉ ଆରମ୍ଭ କରିଛି । ଏଥିସହ ମାଲପଡ଼ାସ୍ଥିତ ତାଙ୍କ ପୈତୃକ ଘର, ବଲାଙ୍ଗୀରସ୍ଥିତ ବ୍ୟାଙ୍କ କାର୍ଯ୍ୟାଳୟ, ଭବାନୀପାଟଣାସ୍ଥିତ ଅଶୋକ ମହାପାତ୍ରଙ୍କ ଝିଅ ଘର ଉପରେ ମଧ୍ୟ ଏକକାଳୀନ ଚଢଉ ଜାରି ରହିଥିବାର ସୂଚନା ମିଳିଛି।

Advertisement