Tuesday, September 22, 2026
ADVERTISEMENT
Home ମୁଖ୍ୟ ଖବର ‘ବାୟୁ’ ଗୁଜରାଟ ଉପକୂଳ ଆଡ଼କୁ ମାଡ଼ି ଆସୁଛି

‘ବାୟୁ’ ଗୁଜରାଟ ଉପକୂଳ ଆଡ଼କୁ ମାଡ଼ି ଆସୁଛି

312
ADVERTISEMENT

ଭୁବନେଶ୍ୱର,୧୨|୬(ଡି. ଏଚ. ଏନ ): ଗୁଜରାଟ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ବାୟୁ’। ଆସନ୍ତାକାଲି ସକାଳେ ଏହା ସ୍ଥଳଭାଗ ଛୁଇଁବ। ଘଣ୍ଟା ପ୍ରତି ୧୪୦ ରୁ ୧୬୫ କିଲୋମିଟର ବେଗରେ ପବନ ବହିବା ସହିତ ସମୁଦ୍ରରେ ଦେଢ଼ ମିଟର ପର୍ଯ୍ୟନ୍ତ ଢେଉ ଉଠିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସୂଚନା ଦେଇଛନ୍ତି। ବାତ୍ୟା ‘ବାୟୁ’ର ମୁକାବିଲା କରିବାକୁ ଗୁଜରାଟ ସରକାର ଓଡ଼ିଶାର ପରାମର୍ଶ ନେଇଛନ୍ତି। ବାତ୍ୟା ମୁକାବିଲା ସହିତ କ୍ଷୟକ୍ଷତି ହ୍ରାସ ଓ ପୁନର୍ବାସ ଏବଂ ଥଇଥାନାରେ ଓଡ଼ିଶାର ଅଭିଜ୍ଞତା ଥିବାରୁ ଗୁଜରାଟ ସରକାର ସହାୟତା ଲୋଡିଛନ୍ତି। ଆଜି ଏ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହିତ ଗୁଜରାଟରେ ମୁଖ୍ୟ ଶାସନ ସଚିବ ଜେ.ଏନ୍. ସିଂହ କଥା ହୋଇଛନ୍ତି।

Advertisement