ବଲାଙ୍ଗିର ୧୨|୬(ଡି. ଏଚ. ଏନ ): କନିଷ୍ଠ ଯନ୍ତ୍ରୀଙ୍କୁ ପାଟଣାଗଡ ବିଧାୟକ ବସଉଠ କରାଇବା ଘଟଣାର ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଆଦିବାସୀ ସଂଘ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧଶେଇ ପଶିବାକୁ ଉଦ୍ୟମ କଲେ ଆଦିବାସୀ ସଂଘ । ପୋଲିସ ସହ ଆଦିବାସୀ ସଂଘର କର୍ମକର୍ତ୍ତା ଧସ୍ତାଧସ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।