ରାଜମହଲ ଛକରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ପରେ : ପୋଲିସ ଗାଡ଼ିର ତଥ୍ୟ ଓ୍ବେବ୍‌ସାଇଟ୍‌ରେ ରହିବ

361
ADVERTISEMENT

ଭୁବନେଶ୍ୱର,o୯/o୯(କୁନା ପ୍ରଧାନ) : ପୋଲିସ ଗାଡ଼ିର କାଗଜପତ୍ର ଠିକ୍‌ ନ ଥାଇ ଲୋକଙ୍କଠାରୁ ୧୦ଗୁଣା ଜରିମାନା ଆଦାୟ କରାଯାଉଛି। ଏହାକୁ ଲୋକେ ସହଜରେ ଗ୍ରହଣ କରୁ ନ ଥିବାବେଳେ ଶନିବାର ରାଜମହଲ ଛକରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା। ଲୋକେ ଥାନା ଭ୍ୟାନକୁ ଭଙ୍ଗାରୁଜା କରିବା ସହ ପୋଲିସକୁ ମାଡ଼ ମାରିଥିଲେ। ଏଥିସହ ସହରର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଥିଲା। ଏ ସଂକ୍ରାନ୍ତରେ ରବିବାର ଟ୍ବିନ୍‌ ସିଟିର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସ୍ପଷ୍ଟୀକରଣ ରଖିଛନ୍ତି। କମିଶନର କହିଛନ୍ତି, ପୋଲିସ ବିଭାଗର ସମସ୍ତ ଗାଡ଼ି ଏସ୍‌ପି ପିଏମ୍‌ଟିଙ୍କ ଜରିଆରେ କିଣାଯାଇଛି। କୌଣସି ଗୋଟିଏ ବି ଗାଡି ବେଆଇନ ଭାବେ ଚଲାଯାଉ ନାହିଁ। ଭୁବନେଶ୍ୱେର-କଟକ ପୋଲିସ ଓ୍ବେବ୍‌ସାଇଟ୍‌ (www.bhubaneswarcuttackpolice.gov.in)ରେ ପୋଲିସ ଗାଡ଼ିର ସମସ୍ତ ତଥ୍ୟ ରହିଛି। ସେହିଭଳି ଓ୍ବେବ୍‌ସାଇଟ୍‌ www.vahan.nic.inରେ ମଧ୍ୟ ରାଜ୍ୟରେ ଚାଲୁଥିବା ସମସ୍ତ ପୋଲିସ ଗାଡିର ଟିକନିଖି ତଥ୍ୟ ରଖାଯାଇଛି। ଲୋକେ ଚାହିଁଲେ ସବୁକିଛି ତଥ୍ୟ ସେଥିରୁ ଦେଖିପାରିବେ ବୋଲି ପୋଲିସ କମିଶନର କହିଛନ୍ତି ।

Advertisement