ବିଧାୟକ ଅନନ୍ତ ନାରାୟଣ ଜେନା : ବେଆଇନ ପାର୍କିଂ ଯୋଗୁ ୫ଶହ ଜରିମାନା ଦେଲେ

341
ADVERTISEMENT

ଭୁବନେଶ୍ୱର,o୮/o୯(କୁନାପ୍ରଧାନ) : ଦେଶବ୍ୟାପୀ ନୂଆ ମୋଟର ଯାନ ଆଇନ ଲାଗୁ ହେବାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଧରପଗଡ଼ ଚାଲିଛି। ବିଶେଷକରି ରାଜଧାନୀରେ ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ରବିବାର ଏହି ଜରିମାନାରୁ ବାଦ୍‌ ପଡିନାହାନ୍ତି ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା। ସ୍ଥାନୀୟ ଏଜି ଛକରେ ବେଆଇନ ପାର୍କିଂ କରିବାକୁ ନେଇ ଡିସିପିଙ୍କ ଉପସ୍ଥିିତିରେ ସେ ୫ ଶହ ଟଙ୍କା ଜରିମାନା ଦେଇଛନ୍ତି । ସୂଚନାନୁଯାୟୀ, ଅନନ୍ତ ଉକ୍ତ ଛକରେ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଚକୋଲେଟ ଏବଂ ଲିଫ୍‌ଲେଟ୍‌ ବଣ୍ଟନ କରୁଥିଲେ । ହେଲେ ସେହି ସମୟରେ ତାଙ୍କ ଡ୍ରାଇଭର ବେଆଇନ ଭାବେ ପାର୍କିଂ କରିଦେଇଥିଲେ। ଏହାକୁ ନେଇ ବିଧାୟକଙ୍କୁ ପାଉଣା ଦେବାକୁ ପଡ଼ିଛି ।
ପ୍ରତିକ୍ରିୟା ରଖି ସେ କହିଛନ୍ତି, ମୋ ଡ୍ରାଇଭରଙ୍କ ଗାଡ଼ି ପାର୍କିଂ ଭୁଲ ଥିଲା। ଜରିମାନା ଲଗାଯାଇଛି। ଆଇନ ସମସ୍ତଙ୍କ ପାଇଁ ସମାନ, ମାନିବାନି କାହିଁକି ବୋଲି ସେ କହିଛନ୍ତି।

Advertisement