ବିମାନର ଜରୁରୀ ଅବତରଣ ସତ୍ତ୍ୱେ ଅସୁସ୍ଥ ଯାତ୍ରୀଙ୍କ ମୃତ୍ୟୁ

253
ADVERTISEMENT

ଭୁବନେଶ୍ୱର,୮।୯(କୁନାପ୍ରଧାନ): ଚେନ୍ନାଇରୁ କୋଲକାତା ଯାଉଥିବା ସ୍ପାଇସ-୬୨୩ ଜେଟ୍‌ ବିମାନ ରବିବାର ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ଜଣେ ଯାତ୍ରୀଙ୍କ ଅସୁସ୍ଥତା ଯୋଗୁ ବିମାନଟିକୁ ଜରୁରୀ ଅବତରଣ କରାଯାଇଥିବା ସୂଚନା ମିଳିଛି। ଅସୁସ୍ଥ ଜଣକ ହେଲେ ଅଶୋକ ଶର୍ମା(୪୮)। ସୂଚନାନୁଯାୟୀ, ବିମାନରେ ଯାତ୍ରା କରୁଥିବା ସମୟରେ ଅଶୋକ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତାଙ୍କୁ ଭୁବନେଶ୍ବର ବିମାନବନ୍ଦରରୁ ଆମ୍ବୁଲାନ୍ସ ଯୋଗେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

Advertisement