ବିଜେପି ସହ ଶିବସେନାର ସମ୍ପର୍କ ମଜଭୁତ ଅଛି ଏବଂ ଆଗାମୀ ବିଧାନସଭା ନିର୍ବାଚନରେ ମେଣ୍ଟ ହେବ : ଉଦ୍ଧବ ଠାକରେ

310
ADVERTISEMENT

ମୁମ୍ବାଇ,o୮/o୯(ଏଜେନସି) : ଗତ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟକୁ ବିପୁଳ ସଫଳତା ମିଳିବା ପରେ ଏବେଠୁ ମହାରାଷ୍ଟ୍ରର ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଅଙ୍କକଷା ଆରମ୍ଭ ହୋଇଯାଇଛି । ବେଳେବେଳେ ଶିବସେନା ଓ ବିଜେପି ମଧ୍ୟରେ ସବୁ ଠିକ୍ ନଥିବା କୁହାଯାଉଛି। ଉଭୟ ଦଳ ମଧ୍ୟରେ ମତାନ୍ତର ଥିବା ଚର୍ଚ୍ଚା ହେଉଛି।କାରଣ ଶିବସେନା କେତେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିରୋଧ ମଧ୍ୟ କରିଛି ।ବିଜେପି ସହ ସମ୍ପର୍କକୁ ନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଯାହା କହିଛନ୍ତି ସେଥିରୁ ସ୍ପଷ୍ଟ ହେଉଛି ଯେ ଆଗାମୀ ବିଧାନସଭା ନିର୍ବାଚନ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ହେବ। ସେ କହିଥିଲେ ଯେ,ଦୁଇ ଦଳ ମଧ୍ୟରେ ମେଣ୍ଟ ଅଟଳ ରହିଛି । ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉଦ୍ଧବ ଠାକରେ କହିଛନ୍ତି ଯେ ଏହି ବିଜେପି-ଶିବସେନା ମେଣ୍ଟ ପୁଣି ଥରେ ମହାରାଷ୍ଟ୍ରରେ ସରକାର ଗଢିବ ।ବିଜେପି ସହ ଶିବସେନାର ସମ୍ପର୍କ ମଜଭୁତ ଅଛି ବୋଲି ସେ କହିଥିଲେ ।ଯେଉଁ ପ୍ରକାରର ଚର୍ଚ୍ଚା ହେଉଛି ସେଥିରେ ସତ୍ୟତା ନାହିଁ ବୋଲି କହିଥିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉଦ୍ଧବ ଠାକରେ କହିଥିଲେ ଯେ,ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ନରେନ୍ଦ୍ର ମୋଦୀଙ୍କ ସରକାର ସାହସିକତାର ପରିଚୟ ଦେଇଛନ୍ତି।

Advertisement