Thursday, September 24, 2026
ADVERTISEMENT
Home ମୁଖ୍ୟ ଖବର ମତଦାନ ଦିବସରେ ସଂପୃକ୍ତ ଅଞ୍ଚଳରେ ଛୁଟି ଘୋଷଣା ଲାଗୁ

ମତଦାନ ଦିବସରେ ସଂପୃକ୍ତ ଅଞ୍ଚଳରେ ଛୁଟି ଘୋଷଣା ଲାଗୁ

515
ADVERTISEMENT

ଭୁବନେଶ୍ବର,(ଦୁନିଆ ହାଲ୍ ଚାଲ୍): ଆସନ୍ତା ସାଧାରଣ ନିର୍ବାଚନରେ ମତଦାନ ଦିବସରେ ଛୁଟି ହେବ। ଏ ନେଇ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ସେହି ଦିବସରେ ସରକାରୀ କାର୍ଯ୍ୟାଳୟ, କୋର୍ଟ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ଆଦି ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିବ।

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ହେଉଛି। ଏଥିପାଇଁ ଯେଉଁ ଦିନ ଯେଉଁ ଲୋକସଭା ଓ ବିଧାନସଭା କ୍ଷେତ୍ରରେ ମତଦାନ ହେବ, ସେହି ଅଞ୍ଚଳବାସୀ ସେହିଦିନ ଛୁଟି ପାଇପାରିବେ। ଆସନ୍ତା ୧୧ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଜିଲ୍ଲାରେ ମତଦାନ ହେବ। ସେହିପରି ୧୮ ତାରିଖରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କାରେ ମତଦାନ ହେବ। ସେହିଦିନ ସେସବୁ ସ୍ଥାନରେ ସବୁ ଅନୁଷ୍ଠାନ ବନ୍ଦ ରହିବ। ୨୩ ତାରିଖରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱରରେ ନିର୍ବାଚନ ହେବ। ତେଣୁ ସେହିଦିନ ସେଠାରେ ଛୁଟି ରହିବ। ସେହିପରି ୨୯ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମତଦାନ ହେବ। ମତଦାନ ଦିବସରେ ସଂପୃକ୍ତ ଅଞ୍ଚଳରେ ଛୁଟି ଘୋଷଣା ଲାଗୁ ହେବ।



Advertisement