Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ବିଜେଡି ଘୋଷଣା କଲା ନୂଆ ମିଡିଆ ଟିମ୍, ସସ୍ମିତ ପାତ୍ରଙ୍କୁ ମିଳିଲା ବଡ଼ ଦାୟିତ୍ୱ

ବିଜେଡି ଘୋଷଣା କଲା ନୂଆ ମିଡିଆ ଟିମ୍, ସସ୍ମିତ ପାତ୍ରଙ୍କୁ ମିଳିଲା ବଡ଼ ଦାୟିତ୍ୱ

253
ADVERTISEMENT

ଭୁବନେଶ୍ୱର,o୪/o୯(କୁନା ପ୍ରଧାନ) : ବିଜୁ ଜନତା ଦଳ ତାର ମିଡିଆ ଟିମକୁ ପୁର୍ନଗଠିତ କରିଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋହର ବାଜିବା ପରେ ଆଜି ପରିବର୍ଦ୍ଧିତ ମିଡ଼ିଆ ଟିମ ଘୋଷଣା କରାଯାଇଛି । ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କୁ ବିଜୁ ଜନତା ଦଳର ମିଡ଼ିଆ କୋର୍ଡିନେଟର ଦାୟିତ୍ୱ ମିଳିଥିବା ବେଳେ ନୂଆ ମୁଖପାତ୍ର ଓ ପ୍ୟାନେଲିଷ୍ଟ ତାଲିକା ପ୍ରକାଶ ପାଇଛି। ଜାତୀୟ ମୁଖପାତ୍ର ତାଲିକାରେ ୫ ଜଣ ସ୍ଥାନ ପାଇଛନ୍ତି । ଜାତୀୟ ଗଣମାଧ୍ୟମରେ ଏହି ୫ ଜଣ ବିଜେଡିର ଆଭିମୁଖ୍ୟକୁ ଉପସ୍ଥାପନ କରିବେ । ସେହିପରି ମୁଖପାତ୍ର ତାଲିକାରେ ୧୪ ଜଣଙ୍କୁ ସାମିଲ କରାଯାଇଛି ଓ ୧୦ ଜଣଙ୍କୁ ମିଡିଆ ପ୍ୟାନେଲିଷ୍ଟ ଦାୟିତ୍ୱ ମିଳିଛି ।

Advertisement