ଢେଙ୍କାନାଳରେ ବିଜେଡି ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକ:

342
ADVERTISEMENT

ଢେଙ୍କାନାଳ,o୪/o୯(ଏଜେନସି) : ଦୀର୍ଘଦିନ ଧରି ଢେଙ୍କାନାଳ ଜିଲା ବିଜେଡିର ଗଡ଼ ଭାବେ ରହି ଆସିଛି। ଦଳକୁ ଅଧିକ ସୁଦୃଢ଼ କରିବାକୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ଜିଲାକୁ ୧ ନମ୍ବର କରିବାକୁ ହେଲେ କର୍ମୀଙ୍କୁ ପରିଶ୍ରମ କରିବାକୁ ପଡ଼ିବ। ଘରେ ବସି ସଭ୍ୟ ସଂଗ୍ରହ ନ କରି ଲୋକଙ୍କୁ ପାଖକୁ ଗଲେ ଜନସମ୍ପର୍କ ବଢ଼ିବା ସହ ଦଳ ଉପକୃତ ହେବ ବୋଲି କହିଛନ୍ତି ଜିଲା ବିଜେଡି ସଭାପତି ତଥା ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ସ୍ଥାନୀୟ ଗୋପବନ୍ଧୁ ଟାଉନ୍‌ ହଲ୍‌ରେ ମଙ୍ଗଳବାର ପୂର୍ବାହ୍ନରେ ଆୟୋଜିତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ସେ ନେତୃବୃନ୍ଦଙ୍କୁ ଏପରି ପରାମର୍ଶ ଦେଇଥିଲେ। ଦଳର ସଭାପତି ନବୀନ ପଟ୍ଟନାୟକ ଏବଂ ଦଳପ୍ରତି ଜନସାଧାରଣଙ୍କ ଯେଉଁ ବିଶ୍ୱାସ ରହିଛି, ଆମେ ସମସ୍ତେ ଏହାକୁ ବଜାୟ ରଖିବା ବୋଲି ମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ରାଜ୍ୟ ବିଜେଡି ଉପସଭାପତି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଲେ, ବିଜେଡି କେବଳ ରାଜନୈତିକ ଦଳରେ ସୀମିତ ନୁହେଁ। ଦଳର ସାମାଜିକ ପ୍ରତିବଦ୍ଧତା ମଧ୍ୟ ରହିଛି। ସଭ୍ୟ ସଂଗ୍ରହ ଅଭିଯାନ ମାଧ୍ୟମରେ ଅଧିକରୁ ଅଧିକ ମହିଳା ଏବଂ ଯୁବକଙ୍କୁ ସାମିଲ କରିବା ଆଜିର ଆହ୍ବାନ। ଏଥିଲାଗି ଚଳିତ ୨ରୁ ଅକ୍ଟୋବର ୩୧ ଯାଏ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବା ସେ ସୂଚନା ଦେଇଥିଲେ। ଏମ୍‌ପି ମହେଶ ସାହୁ, ବିଧାୟକ ଡା. ନୃସିଂହ ଚରଣ ସାହୁ, ବିଧାୟିକା ସୀମାରାଣୀ ନାୟକ, ଜିଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୁବକଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ ନାୟକ ପ୍ରମୁଖ ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବାକୁ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି।

Advertisement