ଅଜିତ ଯୋଗୀଙ୍କ ପୁଅ ଅମିତ୍‌ ଗିରଫ

291
ADVERTISEMENT

ଛତିଶଗଡ଼,o୪/o୯(ଏଜେନସି ): ନିର୍ବାଚନ ସତ୍ୟପାଠରେ ଜାଲିଆତି ଅଭିଯୋଗରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ଅମିତ୍‌ଙ୍କୁ ମଙ୍ଗଳବାର ବିଳାସପୁର ଜିଲ୍ଲାରୁ ଗିରଫ କରାଯାଇଛି। ୨୦୧୩ ଛତିଶଗଡ଼ ବିଧାନସଭା ନିର୍ବାଚନ ବେଳେ ସେ ଦାଖଲ କରିଥିବା ସତ୍ୟପାଠରେ ଜାଲିଆତି କରିଥିବା ପୋଲିସ କହିଛି। କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମିଥ୍ୟା ଅଭିଯୋଗରେ ତାଙ୍କ ପୁଅଙ୍କୁ ହାଜତକୁ ପଠାଯାଇଥିବା ଅଜିତ ଯୋଗୀ କହିବା ସହ ଏହାକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି। ମାରଓ୍ବାହି ଆସନର ଭାଜପା ପ୍ରାର୍ଥୀ ସମୀର ପାଇକରାଙ୍କ ଏତଲାକ୍ରମେ ଛତିଶଗଡ଼ ପୋଲିସ ଅମିତ୍‌ଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ଅମିତ ନାମାଙ୍କନପତ୍ର ଦାଖଲ ବେଳେ ସତ୍ୟପାଠରେ ଜନ୍ମସ୍ଥାନ ସମ୍ପର୍କରେ ଭୁଲ୍‌ ତଥ୍ୟ ଦେଇଥିଲେ। ୬ ମାସର ତଦନ୍ତ ପରେ ଅମିତ୍‌ଙ୍କୁ ଗିରଫ କରାଯାଇଥିବା ବିଳାସପୁର ଏସ୍‌ପି ପ୍ରଶାନ୍ତ ଅଗ୍ରଓ୍ବାଲ କହିଛନ୍ତି।

Advertisement