ରାଜଧାନୀରେ ନକଲି ତେଲ, ଘିଅ କାରଖାନା ଠାବ: ପୂଜକଙ୍କ ସମେତ ୪ ଅଟକ

257
ADVERTISEMENT

କଟକ,o୩/o୯(ଏଜେନସି ) : କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଓ ଲକ୍ଷ୍ମୀସାଗର ଥାନା ପୋଲିସ ମଙ୍ଗଳବାର ଲକ୍ଷ୍ମୀସାଗର ଥାନା ଅଧୀନ ହାଉସିଂ ରୋଡ୍‌ ଷ୍ଟେଜ୍‌-୧ ଅଞ୍ଚଳରେ ଚଢ଼ାଉ କରି ବହୁ ପରିମାଣର ନକଲି ରାଶି ଓ ଜଡାତେଲ ସହ ପୂଜାରେ ବ୍ୟବହୃତ ଘିଅ କାରଖାନା ଠାବ କରିଛି। ଘଟଣାରେ ଜଣେ ମନ୍ଦିର ପୂଜକଙ୍କ ସମେତ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଅପରପକ୍ଷେ ତେଲ କେତେ ମାତ୍ରାରେ ଅପମିଶ୍ରିତ ସେ ନେଇ ଥାନା ସୁରକ୍ଷା ଅଧିକାରଙ୍କ ସହଯୋଗ ଲୋଡ଼ାଯାଇଛି ବୋଲି ଥାନାଧିକାରୀ ଦୟାନିଧୀ ନାୟକ କହିଛନ୍ତି। ଏହାର ଅଧିକ ତଦନ୍ତ ଜାରି ରହିଛି ।

Advertisement