ଆରମ୍ଭ ହେଲା ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ :୫୦ ଲକ୍ଷ ନୂଆ ସଭ୍ୟ ସାମିଲ କରିବାକୁ ଲକ୍ଷ୍ୟ

279
ADVERTISEMENT

ଭୁବନେଶ୍ୱର,o୩/o୯(କୁନା ପ୍ରଧାନ ) : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦଳର ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛନ୍ତି। ୧ କୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଏହି ଅଭିଯାନରେ ଦଳ ସଭାପତି ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ। ଚଳିତ ଥର ୫୦ ଲକ୍ଷ ନୂଆ ସଭ୍ୟଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇଥିବାବେଳେ ଏହା ପର୍ଯ୍ୟାୟକ୍ରମେ ପ୍ରତ୍ୟେକ ଜିଲାସ୍ତରରେ କରାଯିବ। ଏହି ଅବସରରେ ନବୀନ ପଟ୍ଟନାୟକ କହିଛନ୍ତି, ପବିତ୍ର ଗଣେଶ ପୂଜା ପାଇଁ ସମସ୍ତଙ୍କୁ ଅଭିନନ୍ଦନ।

Advertisement