ନାଲ୍‌କୋ ସ୍ମେଲ୍ଟର ପ୍ଲାଣ୍ଟରେ ଦୁର୍ଘଟଣା, ଜଣେ କର୍ମଚାରୀ ଆହତ

283
ADVERTISEMENT

ନାଲକୋନଗର,o୩/o୯(ଏଜେନସି ) : ନାଲ୍‌କୋ ସ୍ମେଲ୍ଟର ପ୍ଲାଣ୍ଟରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଆହତ କର୍ମଚାରୀଙ୍କ ନାମ ଯୁଗଳ କିଶୋର ବେହେରା। ତାଙ୍କୁ ଚିକିତ୍ସା ଲାଗି ପ୍ରଥମେ ନାଲ୍‌କୋନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଦୁର୍ଘଟଣାଟି ନାଲ୍‌କୋ ସ୍ମେଲ୍ଟର ପ୍ଲାଣ୍ଟର ‌କାଷ୍ଟ ହାଉସ-ଏ ଅପରେସନ ବିଭାଗର ଓୟାରରଡ୍‌ ମିଲ୍‌ରେ ଘଟିଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ ହୋଇପାରି ନାହିଁ।

Advertisement