ଏଥର ବି ଭୋଟ୍‌ରୁ ବଂଚିତ ହେବେ ଦାଦନ

742
ADVERTISEMENT

କେସିଙ୍ଗା ,(ଦୁନିଆ ହାଲ୍ ଚାଲ୍): କଳାହାଣ୍ତି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ। ଏଥର ବି ଅଲୋଡ଼ା ହୋଇଛନ୍ତି ଜିଲ୍ଲାର ବିଭିନ୍ନ ଅଂଚଳକୁ ତଥା ରାଜ୍ୟ ବାହାରକୁ ପେଟ ପାଇଁ ଯାଇଥିବା ହଜାର ହଜାର ଦାଦନ ଶ୍ରମିକ। ନିର୍ବାଚନ କମିସନଠୁ ଆରମ୍ଭ କରି ସମସ୍ତ ରାଜନୈତିକ ଦଳ ସମାଜର ସବୁଠାରୁ ତଳ ସ୍ତରରେ ରହୁଥିବା ଲୋକଙ୍କ ବିକାଶ କଥା କହୁଥିଲେ ମଧ୍ୟ ଏମାନଙ୍କୁ ଆଣି ମତଦାନ କରାଇବାର କାହାର ଆନ୍ତରିକତା ନାହିଁ।କଳାହାଣ୍ତି ଲୋକସଭା ନିର୍ବାଚନମଣ୍ତଳୀ କଳାହାଣ୍ତି ଓ ନୂଆପଡ଼ାର ସାତଗୋଟି ବିଧାନସଭା କ୍ଷେତ୍ରକୁ ନେଇ ଗଠିତ। ଏହି ନିର୍ବାଚନମଣ୍ତଳୀର ଅଧିକାଂଶ ବ୍ଲକ ଅଂଚଳ ଦାଦନପ୍ରବଣ। ନୂଆଁଖାଇ ପରଠାରୁ ଏହି ଅଂଚଳରୁ କାମ ଧନ୍ଦା ଅନ୍ବେଷଣ ପାଇଁ ଏଥର ମଧ୍ୟ ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଇଛନ୍ତି। ଚଳିତ ନିର୍ବାଚନରେ ମତଦାନରୁ କେତେ ସଂଖ୍ୟାରେ ଏଭଳି ଦାଦନ ଶ୍ରମିକ ବଂଚିତ ହେବେ, ଯାହାର ରିପୋର୍ଟ ପ୍ରଶାସନ ପାଖରେ ନାହିଁ। କଳାହାଣ୍ତିର ସରକାରୀ ରିପୋର୍ଟ ଅନୁଯାୟୀ, ମାତ୍ର ୨୦୦୦ ଦାଦନ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ହେଲେ ପ୍ରକୃତରେ ଏହି ଦୁଇ ଜିଲ୍ଲାରୁ ହଜାର ହଜାର ଲୋକ ଦାଦନ ଖଟି ଯାଇଛନ୍ତି। କଳାହାଣ୍ତିର ଦାଦନ ସମସ୍ୟାକୁ ନେଇ ବିଭିନ୍ନ ସ୍ତରରେ ପୂର୍ବରୁ ସମୀକ୍ଷା କରି ରିପୋର୍ଟ ପ୍ରସ୍ତୁତ ମଧ୍ୟ କରାଯାଉଛି ଏବଂ ରିପୋର୍ଟ ଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ଦାଦନ ବାହାରକୁ ଯାଉଥିବା ଦର୍ଶାଯାଇଛି। 



Advertisement