Saturday, September 5, 2026
ADVERTISEMENT
Home ମୁଖ୍ୟ ଖବର ଜୟପାଟଣା :ଯୁବକର ଟାଙ୍ଗିଆ ଚୋଟରେ ଚାରି ଜଣଙ୍କ ମୃତ୍ୟୁ

ଜୟପାଟଣା :ଯୁବକର ଟାଙ୍ଗିଆ ଚୋଟରେ ଚାରି ଜଣଙ୍କ ମୃତ୍ୟୁ

327
ADVERTISEMENT

ଜୟପାଟଣା,(ଦୁନିଆ ହାଲ୍ ଚାଲ୍) : ଜୟପାଟଣା ଥାନା ଅନ୍ତର୍ଗତ ପଲସ ପିପଲଗୁଡ଼ା ଗ୍ରାମରେ ଜଣେ ଉନ୍ମତ୍ତ ଯୁବକର ଟାଙ୍ଗିଆ ଚୋଟରେ ଚାରି ଜଣଙ୍କ ମୃତ୍ୟୁ ଘଟିଥିଲା। ରବିବାର ଶୋକାକୁଳ ପରିବେଶରେ ଚାରି ଜଣଙ୍କ ଚିତା ଜଳିଥିଲା। ଏହି ଘଟଣାପରେ ଚାରି ପରିବାର ମୁରବୀଶୂନ୍ୟ ହୋଇପଡ଼ିଛି।

ଗାଁର ଯୁବକ ଜଚିନ୍ଦ୍ର ରାଉତ ପଲସ ପିପଲଗୁଡ଼ା ଗ୍ରାମର ବିଦ୍ୟାଳୟ ଛକରେ ଲିଙ୍ଗରାଜ ନାଏକ (୩୫), ନକୁଳ ନାଏକ (୫୫) ସୁଦର୍ଶନ ନାଏକ (୬୦), ଉପେନ୍ଦ୍ର ଶବରଙ୍କୁ ଜଣକ ପରେ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଫଳରେ ଗାଁ ମାଟି ରକ୍ତରଞ୍ଜିତ ହୋଇଥିଲା। ଏହି ଘଟଣା ଘଟାଇବା ପରେ ଜଚିନ୍ଦ୍ର ରାଉତ ଫେରାର ହୋଇଥିଲା। ହେଲେ ଜୟପାଟଣା ପୁଲିସ ଖୋଜି ତାକୁ ଥାନାକୁ ଆଣିଥିଲା। ଆଜିସକାଳେ ଧର୍ମଗଡ଼ ଏଡିପିଓ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଜୟପାଟଣା ଥାନା ଅଧିକାରୀ ସୁଶାନ୍ତ ସାହୁ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅନୁସନ୍ଧାନ କରିଥିଲେ। ଚାରି ଜଣଙ୍କୁ ହାଣିବା ପରେ ନିଜ ଘର ସମେତ ଅନେକ ଘର ଉପରେ ସେ ଉତ୍ପାତ କରିଥିଲା। ଏଥିରେ ଅନ୍ୟ ୩ ଜଣଙ୍କୁ ମଧ୍ୟ ସେ ଆଘାତ କରିଥିଲା। ଆଜି ଦିନ ୧୦ଟା ବେଳେ ମହା ପ୍ରୟାଣ ଗାଡ଼ିରେ ଚାରି ଜଣଙ୍କ ଶବ ଆସି ଜୟପାଟଣା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଗାଁ ଲୋକେ ଅପରାଧୀକୁ ଫାଶି ଦେବା ପାଇଁ ଅଡ଼ି ବସିଥିବା ବେଳେ ମୃତକ ପରିବାରକୁ ଥଇଥାନ ଓ ସରକାରୀ ସହାୟତା ପାଇଁ ଦାବି କରାଯାଇଥିଲା। ଏ ସମ୍ପର୍କରେ ଜୟପାଟଣା ଥାନାରେ କେସ ନଂ. ୧୧୩ ଏକ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।



Advertisement